ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀରେ ବାଜିସାରିଛି ନିର୍ବାଚନୀ ବିଗୁଲ । ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ହାଇପ୍ରୋଫାଇଲ ନେତା । ଏହା ଭିତରେ ଆମ ଆଦମୀ ପାର୍ଟିର ମୁଖ୍ୟ ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ଶୋ କରିଛନ୍ତି । ତେବେ ବୁଧବାର ସକାଳୁ ମନ୍ଦିରରେ ପହଁଚି ଆର୍ଶୀବାଦ ଭିକ୍ଷା କରିବା ସହ ଦଳୀୟକର୍ମୀଙ୍କ ସହ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନୂଆ ଦିଲ୍ଲୀ ଆସନରୁ ଏଥରକ ଲଢ଼ୁଛନ୍ତି କେଜ୍ରିୱାଲ ।
ଦିଲ୍ଲୀ ରାଜନୀତି ଇତିହାସ କୁହେ । ଦୀର୍ଘ ବର୍ଷ ଧରି ଦିଲ୍ଲୀକୁ କବା କରି ରଖିଥିଲା କଂଗ୍ରେସ । କିନ୍ତୁ ୨୭ ହେବ ଦୂରରେ ରହିଛି ବିଜେପି ।ଏହା ଭିତରେ କ୍ରମାଗତ ୩ଥର ହେବ ଏଠାରେ ଶାସନ କ୍ଷମତା ବଜାର ରଖିବାରେ ସଫଳ ହେଉଛି ଆମ ଆଦମୀ ପାର୍ଟି । ଯଦି ନଜର ପକାଇବା ନୂଆଦିଲ୍ଲୀ ଆସନ ଉପରେ :
ନୂଆଦିଲ୍ଲୀ ଆସନରେ କଡ଼ା ଟକ୍କର
କଂଗ୍ରେସରୁ ସନ୍ଦିପ ଦିକ୍ଷିତ,ଆପରୁ ଅରବିନ୍ଦ କେଜ୍ରିୱାଲଓ ବିଜେପିରୁ ପ୍ରଭେଶ ବର୍ମାଙ୍କ ମଧ୍ୟରେ ଲଢ଼େଇ
ଦିବଂଗତ କଂଗ୍ରେସ ନେତ୍ରୀ ସିଲା ଦିକ୍ଷିତଙ୍କ ମଧ୍ୟ ୩ଥର ନୂଆଦିଲ୍ଲୀ ବିଧାନସଭା ଆସନରୁ ଜିତିଥିଲେ
ପରେ ୧୫ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦକୁ ଅକ୍ତିଆର କରିଥିଲେ
ପ୍ରଥମଥର କେଜ୍ରିୱାଲ ଏହି ଆସନରୁ ଲଢ଼ି ୨୫ହଜାର ଅଧିକ ଭୋଟରେ ସିଲା ଦିକ୍ଷିତଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏହାପରଠୁ କେଜ୍ରିୱାଲ ଲଗାତାର ଜିତିଆସୁଛନ୍ତି
ଏବେ ଏହି ହାଇପ୍ରୋଫାଇଲ ଆସନର ସିଲାଙ୍କ ପୁଅ ତଥା କଂଗ୍ରେସର ସନ୍ଦିପ ଦିକ୍ଷିତଙ୍କୁ ଦଳ ଟିକେଟ ଦେଇଛି
ଅନ୍ୟପଟେ ପ୍ରଭେଶ ବର୍ମା ପାଇଁ ମଧ୍ୟ ନୂଆ ଦିଲ୍ଲୀ ଆସନ ବେଶ ଚ୍ୟାଲେଜିଂ ହେବ
ଆମ ଆଦମୀ ପାର୍ଟି ସମସ୍ତ ୭୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି
ଓ କଂଗ୍ରେସ ଏବଂ ଆପ ପର୍ୟ୍ୟାୟକ୍ରମେ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି