ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ସ୍ବତନ୍ତ୍ର ନିମନ୍ତ୍ରଣ : ଦୀପିକା ଦେଶଓ୍ବାଲ

ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ  ହେବାକୁ ସ୍ବତନ୍ତ୍ର ନିମନ୍ତ୍ରଣ : ଦୀପିକା ଦେଶଓ୍ବାଲ

ନୂଆଦିଲ୍ଲୀ: ଗିନିଜ ଓ୍ବାଲର୍‌ଡ ରେକର୍ଡଧାରୀ ଦୀପିକା ଦେଶଓ୍ବାଲଙ୍କୁ ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ସ୍ବତନ୍ତ୍ର ନିମନ୍ତ୍ରଣ ମିଳିଛି। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ଗର୍ବର ମୂହୁର୍ତ୍ତ;। ଓ୍ବାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ ପାଇ ସାମିଲ ହେବାର ଅବସର ମିଳିଛି…ଜୟ ହିନ୍ଦ… ଜୟ ଭାରତ!’ ବୋଲି ସେ ଲେଖିଛନ୍ତି।

କୋଭିଡ ୧୯ ମହାମାରୀ ସମୟରେ ନିଃସ୍ବାର୍ଥପର ସେବା ଏବଂ ମହିଳାଙ୍କ ଅଧିକାରର ସୁରକ୍ଷା ଲାଗି ପ୍ରଚେଷ୍ଟା କରିବା ଲାଗି ଗିନିଜ ଓ୍ବାଲର୍‌ଡ ରେକର୍ଡରେ ଦୀପିକାଙ୍କ ନାମ ସାମିଲ ହୋଇଥିଲା। ୨୦୨୩ରେ ତୃତୀୟ ଥର ଲାଗି ଜାତିସଂଘରେ ଭାଷଣ ଦେବାରେ ସବୁଠାରୁ କମ୍‌ ବୟସର ଭାରତୀୟ ପାଲଟିଥିଲେ। ଏହାଛଡ଼ା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU)ର ପୂର୍ବତନ ସଚିବ, ଦେସୱାଲ, ନଭେମ୍ବର ୨୦୨୨ରେ କଂଗ୍ରେସ ପ୍ରାର୍ଥୀ ଭାବରେ ଦିଲ୍ଲୀ ନଗର ନିଗମ (MCD) ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।