ରୋହିତଙ୍କ ନେତୃତ୍ୱରେ ଖେଳିବ ଭାରତ

 ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଦଳ । ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ସ୍କ୍ୱାଡ୍ରେ ସ୍ଥାନ ପାଇଛନ୍ତି ।
୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ସାମିଲ କରାଯାଇଛି । ସେମାନଙ୍କ ସହିତ ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଯଶସ୍ୱୀ ଜୈସୱାଲ ମଧ୍ୟ ଟିମ୍ରେ ଅଛନ୍ତି । ଉଭୟ ଋଷଭ ପନ୍ତ ଓ କେଏଲ୍ ରାହୁଲ ୧୫ ଜଣିଆ ସ୍କ୍ୱାଡ୍ରେ ସ୍ଥାନ ପାଇଛନ୍ତି । ସେମାନଙ୍କୁ ୱିକେଟ୍ କିପର ଭାବେ ସାମିଲ କରାଯାଇଛି । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ବି ଟିମ୍ରେ ନିଆଯାଇଛି । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୁଲଦୀପ ଆହତ ହୋଇଥିଲେ । ଏବେ ସେ ସୁସ୍ଥ ଅଛନ୍ତି ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ସୁଯୋଗ ପାଇଛନ୍ତି । କିନ୍ତୁ ମହମ୍ମଦ ସିରାଜ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ ଓ କରୁଣ ନାୟର ଟିମ୍ରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି ।
ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଧିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୈସୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡଜା ଅଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ମାସ ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ ।