ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଶୁଭାରମ୍ଭ

 ।ା ପ୍ରଭାନୁ୍ୟଜ  ।ା କବାଟବନ୍ଧ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସ୍ମୁତିରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ଇନରହୁଇଲର ପୂର୍ବତନ ସଭାନେତ୍ରୀ ମିନତି ସାହୁ, ଟ୍ରଷ୍ଟର ସମ୍ପାଦକ ସିତାଂଶୁ ଶେଖର ସାହୁ ଓ ଧର୍ମଶାଳାର ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ଡା.ସାଦିକ ୱାସିମ ବାରି, ଡା.ଡି ରାମା ରାଓ, ଡା.ଆଶୁତୋଷ ଦାଶ, ଡା.ସଂଜନା ସାହୁ, ଡ.ପୂଜା ବେହେରା, ଡା.ତୁଷାରକାନ୍ତ ଦାସ, ଡା.ସୁଦିପ୍ତ ସାହୁ, ଡା.ସଙ୍ଗମିତ୍ରା ବେହେରା, ଡା.ଅଶିମା ନାୟକ ପ୍ରମୁଖ ଡାକ୍ତର ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ବିଭିନ୍ନ ରୋଗ ପରୀକ୍ଷା କରିଥିଲେ । ରୋଗ ପରୀକ୍ଷା ପରେ ରୋଗୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଅଂଚଳର ବହୁ ରୋଗୀ ଯୋଗଦେଇ ରୋଗ ପରୀକ୍ଷା କରାଇଥିଲେ । ଟ୍ରଷ୍ଟ ପକ୍ଷରୁ ଦୀର୍ଘ ୪ ମାସ ବ୍ୟାପି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ ଗୋଟି ପଞ୍ଚାୟତରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବାକୁ ସ୍ଥିର ହୋଇଥିବା ବେଳେ ଅଞ୍ଜିରା ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି । ଶୁକ୍ରବାର ସୁନ୍ଦୁରିଆ ପଞ୍ଚାୟତରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।