ଦୋକାନରେ ନିଅାଁ ଲାଗି ମହିଳାଙ୍କ ମୃତୁ୍ୟ
ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ପଂଚାୟତର ଗୋପିନାଥପୁରରେ ଗତ ରାତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଗ୍ରୋସରୀ ଦୋକାନରେ ନିଆଁ ଲାଗି ଯିବାରୁ ଦୋକାନୀ କଳ୍ପନା ବୈଦ୍ୟ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ କେନ୍ଦୁଝର ଡାକ୍ତରଖାନା ଓ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତୁ୍ୟ ହୋଇଯାଇଥିବା ରିମୁଳି ଫାଣ୍ଡି ଅଧିକାରୀ ସନ୍ତୋଷ ନାଏକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପରେ ହଠାତ ଦୋକାନରେ ନିଆଁ ଲାଗିଯାଇଥିଲା । କଳ୍ପନା ବୈଦ୍ୟ ଦୋକାନ ଭିତରେ ଥିବା ବେଳେ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା । ଦୋକାନରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ଶରୀର ଅଧାରୁ ଅଧିକ ପୋଡି ଯାଇଥିଲା । ଚିକିସôା ପାଇଁ ପରିବାର ଲୋକ ତାଙ୍କୁ କେନ୍ଦୁଝର ନେଇଥିଲେ । ପୁଲିସ କେସ ନଂ ୭/୨୦୨୫ ରୁଜୁ କରି ଘୋଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।