୩ରୁ ୟୁଜିସି ନେଟ୍‌

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ୟ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏ ଚାଲିବ । ୮୫ଟି ବିଷୟରେ ଏହି ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ଏହି ପରୀକ୍ଷା ହେବ । ୨ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଜାନୁଆରୀ ୩ରେ ପବ୍ଲିକ ଆଡମିନିଷ୍ଟ୍ରେସନ୍‌, ଶିକ୍ଷା, ଅର୍ଥନୀତି, ଗ୍ରାମାଞ୍ଚଳ ଅର୍ଥନୀତି, ସମବାୟ, ଆପ୍ଲାଏଡ୍‌ ଅର୍ଥନୀତି, ବିକଶିତ ଅର୍ଥନୀତି, ବ୍ୟବସାୟ ଅର୍ଥନୀତି ପ୍ରମୁଖ ରହିଛି । ୬ରେ କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ । ୭ରେ ବାଣିଜ୍ୟ ଓ ଇଂରାଜୀ । ୮ରେ ହିନ୍ଦୀ, ଯୋଗ, ସୋସିଆଲ୍‌ ୱାର୍କ, ସାନ୍ତାଳୀ, ୯ରେ ଓଡ଼ିଆ, ମ୍ୟାନେଜ୍‌ମେଣ୍ଟ, ଶାରିରୀକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ୟ୍ୟୟ, ୧୦ରେ ଇତିହାସ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍‌ ଷ୍ଟଡିଜ୍‌ ପରୀକ୍ଷା ଅଛି । ସେହିପରି ୧୫ରେ ସଂସ୍କୃତ, ସାମ୍ବାଦିକତା ଓ ଗଣଯୋଗାଯୋଗ, ପରିବେଶ ବିଜ୍ଞାନ ପରୀକ୍ଷା ହେବ । ୧୬ରେ ସାମାଜିକ ବିଜ୍ଞାନ, ଦର୍ଶନଶାସ୍ତ୍ର ପରୀକ୍ଷା ହେବ ।