ସାବଧାନ ! ରାସ୍ତା ଉପରେ ହେବନି ତୋରଣ
Highcourt
ଭୁବନେଶ୍ୱର : ରାସ୍ତା ଉପରେ ହେବନାହିଁ ତୋରଣ । ଦଶହରା ଉତ୍ସବକୁ ନେଇ ହାଇକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ଉପରୁ କେବୁଲ ଓ ତାର ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କଟକରେ ରାସ୍ତା ଅବସ୍ଥା ଦେଖିବା ପରେ ହାଇକୋର୍ଟଙ୍କ ପକ୍ଷରୁ ଏଭଳି କୁହାଯାଇଛି । ବଡ଼ ବଡ଼ ତୋରଣ ରାସ୍ତା ଉପରେ ହେଉଥିବାରୁ ଟ୍ରାଫିକ୍ ଜାମ୍ ହେଉଛି । ସେହିପରି ଯେଉଁ ଯେଉଁ ସ୍ଥାନରେ ରାସ୍ତା ଖରାପ ଅଛି ତାହାକୁ ଅକ୍ଟୋବର ୫ ପୂର୍ବରୁ ମରାମତି କରିବାକୁ ମଧ୍ୟ କୁହାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦିଆଯାଉଛି ।
ପୂର୍ବରୁ ଦଶହରା ଭସାଣି ବେଳେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଡିଜେ ଉପରେ କଟକଣା ଲଗାଯାଇଛି । ଏମିତିକି ରାବଣ ପୋଡ଼ି ବେଳେ ପରିବେଶ ପ୍ରଦୂଷଣକାରୀ ବାଣ ବ୍ୟବହାର ନକରିବାକୁ କୁହାଯାଇଛି ।