ଜାଡରେ ଥରୁଛି ଜି. ଉଦୟଗିରି
ଜି. ଉଦୟଗିରି: ଓଡିଶାର ଡାର୍ଜିଲିଙ୍ଗ ଘୁ ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି । ଆଜି ପାରଦ ଖସି ୬.୨ରେ ପହଞ୍ଚିଥିବା ସ୍ୱଚନା ଦେଇଛି କୃଷି ଗବେଷଣା କେନ୍ଦ୍ର । ସେହିପରି ଆଜି ଫୁଲବାଣୀରେ ୮.୫ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଥିବା ସୂଚନା ମିଳିଛି । ଘୁ ଉଦୟଗିରି ଦିନକୁ ଦିନ ପାରଦ ଖସୁଥିବା ବେଳେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା । ଘୁ ଉଦୟଗିରିରେ ଦିନ ତମାମ ସୁଲୁସୁଲିଆ ଥଣ୍ଡା ପବନ ବୋହିବା ସାଙ୍ଗକୁ ପ୍ରବଳ ଜାଡ଼ ଅନୁଭୂତ ହେଉଛି । ଯାହା ପାଇଁ ଗୋଡ଼ ହାତ କାଲୁଆ ପଡିବା ଦ୍ୱାରା ଗାଡ଼ି ଚାଳକ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ଜଗଂଲଜାତ ସାମଗ୍ରୀ ବିକ୍ରୀ କରୁଥିବା, ରାସ୍ତା କଡରେ ବସି ବନି ପରିବା ବିକ୍ରୀ କରୁଥିବା ବ୍ୟବସାୟୀ ଚାଷୀଙ୍କ ଶୀତ କଷ୍ଟ ବଢେଇ ଦେଇଛି ଶୀତ । ଅନ୍ୟ କିଛି ଉପାୟ ନପାଇ ପେଟକୁ ଦାନା ଯୋଗାଡ କରିବାକୁ ବାଧ୍ୟ ହୋଇଛନ୍ତି ଖଟିକିଆ । ତାପମାତ୍ରା କମିବା ଫଳରେ ଛୋଟ ପିଲାମାନକଂ ସହିତ ବୃଦ୍ଧାବୃଦ୍ଧାମାନେ ଶୀତ ଯୋଗୁ ସ୍ୱାସ୍ଥ୍ୟ ଚିନ୍ତା ବଢିଯାଇଛି । ଛୋଟ ପିଲାମାନକଙ୍କ ସ୍କୁଲ ଟିୟୁସନ ଯିବା କଷ୍ଟକର ହୋଇଥିବା ବେଳେ ଅସହାୟ, ପକ୍କା ଘର ନଥିବା ଲୋକଙ୍କ ଚିନ୍ତା ବଢିଯାଇଛି । ଘୁ ଉଦୟଗିରି ବ୍ଲକର ଅଞ୍ଚଳରେ ଆତ୍ୟଧିକ ଥଣ୍ଡା ହେଉ ଥିବା ଦେଖା ଦେଇଛି । ଯାହା ପାଇଁ ଅଂଚଳ ବାସୀ ସନ୍ଧ୍ୟା ୪ ହେଲେ ନିଆଁର ସାହାରା ନେବା ସହ ଟାଟି କବାଟ ଦେଇ ରହୁ ଥିବା କହିଛନ୍ତି । ସେହିପରି ପ୍ରବଳ ଜାଡ଼ ଯୋଗୁଁ ଘୁ ଉଦୟଗିରି ସହରେ ମଧ୍ୟ ସନ୍ଧ୍ୟା ୬ ଘଣ୍ଟା ହେଲେ ଦୋକାନ ବଜାର ବନ୍ଦ ରହୁଛି । ଏହି ଥଣ୍ଡାର ମଜା ନେବା ପାଇଁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ହୋଇଥିବା ଦେଖାଛି ।