କିମ୍ସ ଫିଜିଓଥେରାପି ସ୍କୁଲର ଖୁବ୍ଶୀଘ୍ର ରୋବୋଟିକ୍ ପୁନର୍ବାସ ୟୁନିଟ୍
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : କିମ୍ସ ଫିଜିଓଥେରାପି ସ୍କୁଲ୍ରେ ଖୁବ୍ଶୀଘ୍ର ଏକ ରୋବୋଟିକ୍ ପୁନର୍ବାସ ୟୁନିଟ୍ ସ୍ଥାପନ ହେବ । ଏହା ଦ୍ୱାରା ଫିଜିଓଥେରାପି ଆବଶ୍ୟକ କରୁଥିବା ବହୁ ରୋଗୀ ଉପକୃତ ହୋଇପାରିବେଫ କିମ୍ସରେ ବିଶ୍ୱ ଫିଜିଓଥେରାପି ଦିବସ ପାଳନ ଅବସରରେ ଏହା ସୂଚନା ଦିଆଯାଇଛି । କିମ୍ସ ଫିଜିଓଥେରାପି ସ୍କୁଲ୍ ଉନ୍ନତ ଚିକିସôା ଯୋଗାଇ ଦେବା ସହ ଗବେଷଣା ଉପରେ ମଧ୍ୟ ସମାନ ଧ୍ୟାନ ଦେଉଛି । ଏଥିପାଇଁ ଏକ ଗ୍ୟାଟ୍ଲ୍ୟାବ, ରିସର୍ଚ୍ଚ ଲ୍ୟାବ ସହ ଏକ ରୋବୋଟିକ୍ ପୁନର୍ବାସ ୟୁନିଟ୍ ଭଳି ବିଶେଷ ସୁବିଧା କରିବା ପାଇଁ ସ୍ଥିର ହୋଇଥିବା ସ୍କୁଲ୍ର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡା ପ୍ରିୟବ୍ରତ ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ବିଶ୍ୱ ଫିଜିଓଥେରାପି ଦିବସର ବିଷୟ ବସ୍ତୁ ରହିଛି ‘ଲୋୟର ବ୍ୟାକ୍ ପେନ୍ ଆଣ୍ଡ ଦି ରୋଲ୍ ଅଫ୍ ଫିଜିଓଥେରାପି ଇନ୍ ଇଟ୍ସ ମ୍ୟାନେଜମେଣ୍ଟ ଆଣ୍ଡ ପ୍ରିଭେନ୍ସନ୍’ । ଡା ଦାଶ କହିଲେ, ୧୨ରୁ ୨୫ ବର୍ଷ ବୟସର ପ୍ରାୟ ୩୦ରୁ ୪୦ ପ୍ରତିଶତ ଯୁବ ପିଢ଼ି ପିଠି ଯନ୍ତ୍ରଣା ଭୋଗୁଛନ୍ତି । ଏହାର କାରଣ ହେଉଛି ସେମାନେ ସକାଳର ସୂର୍ଯ୍ୟକିରଣ ପାଇ ପାରୁନାହାନ୍ତି । ଫଳରେ ସେମାନଙ୍କଠାରେ ଭିଟାମିନ୍ ଡି-୩ର ଅଭାବ ଦେଖାଯାଉଛି । ଏହା ସାଙ୍ଗକୁ ଶରୀର ତତ୍ତ୍ୱ ବିଷୟରେ ସେମାନେ ସଚେତନ ହେଉ ନଥିବା ବେଳେ ଆଜିକାଲିର ଆଧୁନିକ ଜୀବନଶୈଳୀ ପାଇଁ ଏହି ସମସ୍ୟା ଦେଖାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟାୟାମ, ମାନୁଆଲ ଥେରାପି ଓ ଆବଶ୍ୟକ ତାଲିମ୍ ମଧ୍ୟ କିମ୍ସ ଫିଜିଓଥେରାପି ବିଭାଗରେ ଦିଆଯାଉଛି । ଏହି ସମସ୍ୟାରୁ ମୁକ୍ତ ରଖିବା କିମ୍ସ ଫିଜିଓଥେରାପି ବିଭାଗ ଲକ୍ଷ୍ୟ ରଖିଛି ବୋଲି ଡା ଦାଶ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କିମ୍ସର ଉପଦେଷ୍ଟା ଡା ଆରଏନ୍ ସାମନ୍ତ, ଅଧ୍ୟକ୍ଷ ଡା. ଏପି. ମହାନ୍ତି, ଆରସି ଦାସ, ଅର୍କେଶ ପଟ୍ଟନାୟକ ଓ ଡା.ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ମେଡିକାଲ୍ରୁ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।