ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ପୁଲୱାମାର ୪୦ଜଣ ସହିଦ ଅମର ବୀର ଯବାନମାନଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସ୍ୱେଚ୍ଛାସବୀ ସଂଗଠନ "ଆମ ଅଧିକାର’ ରାଜବିଦ୍ୟା କେନ୍ଦ୍ର, ରବିନାରାୟ ନଗର, ସାଇଲୋ ବଡ଼ବିଲ, କଟକ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସମ୍ପାଦକ ପ୍ରମୋଦ ନାୟକ ଏବଂ ଧର୍ମପନôୀ ରଞ୍ଜୁକ୍ତା ନାୟକ ସହିଦ୍ମାନଙ୍କୁ ପିଣ୍ଡଦାନ କରିଥିଲେ । ଅତିରିକ୍ତ ତହସିଲଦାର ଆଦ୍ୟାସା ପ୍ରିୟଦର୍ଶିନୀ ବଳ ସହିଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଯାତ୍ରା ଜଗତର ବରିଷ୍ଠ ଲୋକପ୍ରିୟ କଳାକାର ଦମ୍ପତି ଚିତ, ଅନିମା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆମଅଧିକାରର ଉପ ସଭାପତି ଭବାନୀ ଶଙ୍କର ସାମନ୍ତରାୟ, ରମାକାନ୍ତ ସ୍ୱାଇଁ, ବିଶିଷ୍ଟ ସମାଜସେବୀ ଅକ୍ଷୟ ମହାନ୍ତି, ଶୁଭଙ୍କର ସ୍ୱାଇଁ, ସହ ସମ୍ପାଦକ ସୁକାନ୍ତ ବେହେରା, ଶରତ ଭୋଳ, ବିଜୟ ରାଉତରାୟ, ବୈକୁଣ୍ଠ ପଣ୍ଡା, ଲକ୍ଷ୍ମୀଧର ନାୟକ,ଶୁକଦେବ ସେଠୀ, ଦିବାକର ଦାସ,ବରଦା ସାମଲ,ବିଜୟ ସାହୁ ପ୍ରମୁଖ ଶତାଧିକ ସେନାନିବୃତ ସୈନିକ ଙ୍କ ସହିତ ଅଧ୍ୟାପକ, ସମାଜର ବିଭିନ୍ନ ବର୍ଗର ଜନସାଧାରଣ, ସମାଜସେବୀ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସହିଦ୍ମାନଙ୍କ ସ୍ମୃତିରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।