ଜେଡ୍ ପ୍ଲାଣ୍ଟ ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି
ବାସ୍ତୁଶାସ୍ତ୍ର ଅନୁଯାୟୀ, ଜେଡ୍ ପ୍ଲାଣ୍ଟ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି ଗଛକୁ ଘରେ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ବନ୍ଧୁତାରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାସ କରାଯାଏ। ଭାଗ୍ୟ ଓ ଧନକୁ ସ୍ବାଗତ କରୁଥିବା ଏହି ଗଛକୁ ଘରର ମୁଖ୍ୟଦ୍ୱାର ନିକଟରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ମୁଖ୍ୟଦ୍ୱାର ପାଖରେ ଏହାକୁ ରଖିଲେ, ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ଏହା ରୋକିଥାଏ। ମୁଖ୍ୟଦ୍ୱାର ବ୍ୟତିତ ଏହାକୁ ଘରର ହଲ୍ କିମ୍ବା ଡ୍ରଇଂ ରୁମ୍ର ଦକ୍ଷିଣ-ପୂର୍ବ ଦିଗ ଏପରିକି ଲିଭିଂ ରୁମ୍ର ଝରକା ପାଖରେ ବି ରଖିପାରିବେ। ଧ୍ୟାନ ଦେବେ ଏହି ଗଛକୁ ମଝିରେ ମଝିରେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ରଖିବେ। କାରଣ ଏହି ଗଛ ଉପରେ ଆଲୋକ ପଡିଲେ, ଏହା ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରି ଘରେ ସୁଖସମୃଦ୍ଧି ବୃଦ୍ଧି କରିଥାଏ। ତା’ସହିତ ପରିବାରର ସଦସ୍ୟଙ୍କ ଭିତରେ ଉତ୍ସାହ ଓ ଆତ୍ମବିଶ୍ୱାସ ମଧ୍ୟ ଭରି ଦେଇଥାଏ। ଯେହେତୁ ଏହି ଗଛର ସମ୍ପର୍କ ଧନ ସହିତ ରହିଛି ତେଣୁ ଏହାକୁ କେବେ ବି ଅନ୍ଧାରୁଆ ତଥା ଅପରିଷ୍କାର ସ୍ଥାନରେ ରଖିବେ ନାହିଁ। ବେଡ୍ରୁମ୍ରେ ମଧ୍ୟ ଏହାକୁ ରଖିବା ଶୁଭପ୍ରଦ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତା’ସହିତ ଏହି ଗଛକୁ କେବେ ବି ୩ ଫୁଟରୁ ଅଧିକ ବଢିବାକୁ ଦେବା ବି ଠିକ୍ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
 
    
 
 
 
