ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମସିଷ୍ଟ

ାା ପ୍ରଭାନୁ୍ୟଜ ।ା ଜୟପୁର: ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ । ଜଣଙ୍କୁ ଠାରୁ ବକେୟା ଦରମା କରି ଦେବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏଥିରେ ଡାକ୍ତର ବିଶ୍ୱଜିତ୍ ଭୂୟାଁ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି । ତେବେ ଡାକ୍ତର ବିଶ୍ୱଜିତ୍ ଭୂୟାଁ ଓ ଫାର୍ମାସୀ ଉତ୍ତମ ମହାକୁଡଙ୍କୁÿ ଧରି ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି । ଡ଼ାକ୍ତର ଭୂୟାଁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇନଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି । ଡ଼ାକ୍ତରଙ୍କ ଘରେ ଚଢାଉ୍ ଚାଲୁ ରହିଛି  । ଡାକ୍ତର ଭୂୟାଁ ରହୁଥିବା  ବାସ ଭବନରୁ ୨ ଲକ୍ଷ ୪ ହଜାର ୯ ଶହ ଟଙ୍କା ସହ ତଦନ୍ତରେ ତାଙ୍କ ଘରୁ ଗୋଟିଏ ହାର , କାନ ଫୁଲ, ଚୁଡି,  ସୁନା ଗହଣା ଆଦି ବାହାରି ଥିବା ଜଣା ପଡ଼ିଛି । ବର୍ତ୍ତମାନ ଭିଜିଲାନ୍ସ ଏକ ମାମଲା  ୨୧/୨୦୨୪ ରୁଜୁ କରି ତଦନ୍ତ ଜାରି ରଖିଛି ।