ମଣ୍ଡେଇ ପାଇଁ ଭୂମି ପୂଜନ

ାା ପ୍ରଭାନୁ୍ୟଜ ।ା ନବରଙ୍ଗପୁର: ଆସନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋସôବ ପାଳନ ଉପଲକ୍ଷେ ଆଜି ମଣ୍ଡେଇ ପଡିଆ ହିର୍ଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୯ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଭୂମି ପୂଜନ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘସିଆ ହରିଜନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ ରାଜୀବ ସାହୁ, ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଅମରନାଥ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ସମେତ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି  ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।  ଦିବା ୧୨.୩୦ ମି ସମୟରେ ପୂର୍ଣ୍ଣାହୁତି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ସମାଜସେବୀ ମୁନା ତ୍ରିପାଠୀ, ଗୋକୁଳ ଖାଡଙ୍ଗା,ଏସ ବାସନ୍ତୀ, ସୀମାଞ୍ଚଳ ରଥ, ମୃତୁ୍ୟଞ୍ଜୟ ଦାସ, ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ବାଲାଜୀ ସାହୁ, ସ୍ୱର୍ଣ୍ଣଲତା ପଟ୍ଟନାୟକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।