ଦିନକୁ ଦିନ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବଢୁଛି ବିପଦ

 ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଥିବା ବନ୍ୟଜନ୍ତୁ ଏବେ ଅସୁରକ୍ଷି । ଖାଲି ବନ୍ୟା ଜନ୍ତୁ ଯେ ନୁଁହ ବରଂ ବିଦେଶ ଗତ ପାଖି ମଧ୍ୟ ଶିକାରୀଙ୍କ କବଳରେ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ଶିକାରୀଙ୍କ ରୋକିବାରେ ବିଫଳ । ଖୋର୍ଦ୍ଧା ଜିଲ୍ଲାର ପ୍ରାଶ୍ଚିମ ପଟେ ଜଙ୍ଗଲ ରହିଥିବା ବେଳେ, ଦକ୍ଷିଣରେ ରହିଛି ବାରବାର ଜଙ୍ଗଲ । ବର୍ବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତମ ଜଙ୍ଗଲ ହୋଇଥିବା ବେଳେ ଏହି ଜଙ୍ଗଲ ଶାଗୁଆନ କଥା ପାଇଁ ଫେମସ ରହିଛି । ତେବେ ଏହି ଦୁଇ ଜଙ୍ଗଲରେ ବନ୍ୟପ୍ରାଣୀମାନେ ବସ ବାସ କରୁଥିବା ବେଳେ, ବନ ବିଭାଗ ଏହାର ଦାୟିତ୍ୱରେ କାର୍ଯ୍ୟ କରୁଛି । ଜଙ୍ଗଲରେ ମୁଖ୍ୟତଃ ହାତୀ, ହରିଣ, ସମ୍ବର, ଜିଆଦ, ମୟୁର, ଖୁଦୁର, ଝିଙ୍କ ଏବଂ ବାରହା ପ୍ରଚୁର ମାତ୍ରାରେ ରହିଛନ୍ତି । ତେବେ ଜଙ୍ଗଲ ମଧ୍ୟରେ ଏହି ବନ୍ୟଜନ୍ତୁଙ୍କୁ ଖାଦ୍ୟ ପ୍ରଚୁର ମାତ୍ରାରେ ମିଳୁ ନଥିବା ବେଳେ, ବନ୍ୟଜନ୍ତୁଙ୍କ ନିମନ୍ତେ ଖାଦ୍ୟ ସୃଷ୍ଟି କରିବା ମଧ୍ୟ ସରକାର ଓ ବନ୍ୟବିଭାଗ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ଯାହାଫଳରେ ଜଙ୍ଗଲରେ ଖାଦ୍ୟ ଅଭାବ ଦେଖା ଦେଇଥିବା ହେତୁ ଜଙ୍ଗଲରୁ ବନ୍ୟଜନ୍ତୁ ମାନେ ସହର ଅଭିମୁଖେ ଖାଦ୍ୟ ଅନ୍ୱେଷଣରେ ବାହାରିଥାନ୍ତି । ଯାହାଫଳରେ ସହର ଓ ଗ୍ରାମାଞ୍ଚଳରେ ବନ୍ୟପ୍ରାଣୀଙ୍କ ପାଦୁର୍ଭାବ ବଢିବାରେ ଲାଗିଛି । ଏହାର ସୁଯୋଗ ନେଇ ଶିକାରୀମାନେ ତାଙ୍କର ଲାଳସାକୁ ପୂରଣ କରିବାରେ ଲାଗି ପଡିଥାନ୍ତି । ପ୍ରତିଦିନ ଗ୍ରାମାଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଶିକାରୀ ମାନେ ଦୈନଦିନ ବରାହ ମାରି ମାଂସ ବିକ୍ରି କରୁଥିବା ସାଧାରଣରେ ଅଭିଯୋଗ ହେଉଥିବା ବେଳେ, କିନ୍ତୁ ବନ ବିଭାଗ ପାଖରେ କୌଣସି ଖବର ନାହିଁ । ବାରହା ଓ ହାତୀ ଏବଂ ହରିଣ ଗ୍ରାମାଞ୍ଚଳ ମାନଙ୍କରେ ପ୍ରବେଶ କରି ଚାଷୀଙ୍କ ଖେତ ନଷ୍ଟ କରିବା ସହିତ ଫସଲ ଖାଇଯାଉଥିବା ମଧ୍ୟ ଏକ ସମସ୍ୟା ଜିଲ୍ଲାରେ ଦେଖିବାକୁ ମିଳୁଛି । ୨୦୨୪-୨୫ ରେ କେବଳ ୬ ଜଣ ଶିକାରୀ ବିଭିନ୍ନ ଅପରାଧରେ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଶିକାରୀଙ୍କ ମଧ୍ୟରେ ଜଣେ ଶିକାରୀ ସମ୍ବର ସିଂଘ ରଖିଥାବା ବେଳେ, ଅନ୍ୟଜଣେ ଶିକାରୀ କଇଁଛ ବିକ୍ରି କରି ଗିରଫ ହୋଇଥିଲେ । ଜଣେ ହାତୀ ମାରି ଗିରଫ ହୋଇଥିବା ବେଳେ, ଦୁଇଜଣ ବାରହା, ଜଣେ ପକ୍ଷି ଶିକାର କରି ଗିରଫ ହୋଇଥିବା ବନବିଭାଗ ପାଖରେ ତଥ୍ୟ ରହିଛି ।
ଯଦିଓ ବନ ବିହଗା ପକ୍ଷରୁ ହାତୀ ସୁରକ୍ଷା ନିମନ୍ତେ ଟ୍ରେଞ୍ଚ ଖୋଲିବା ବ୍ୟବସ୍ତା ରହିଛି ତେବେ ବନବିଭାଗ ଟ୍ରେଞ୍ଚ ଖୋଲିଦେଇ ନିଜ ଦ୍ୱାଇତ୍ୱକୁ ସାରି ଦେଉଥିବା ବେଳେ, ଏହାର ରକ୍ଷଣା ବ୍ୟକ୍ଷଣ କରିବା ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଲୋକେ ଜଙ୍ଗଲରୁ ଏକଥା ଚୋରି କରିବା ପାଇଁ ଟ୍ରେଞ୍ଚ ପଟୁଥିବା ବେଳେ ବନବିଭାଗ ନିରବ ସାଜିଥିବା ଖବର ମଧ୍ୟ ପଦାକୁ ଆସୁଛି । ଗୋଟିଏ ପଟେ ବନବିଭାଗ ଓ ସରକାରୀ ସ୍ଥରରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲରେ ଗଛ ଲଗାଇ ଜଙ୍ଗଲକୁ ଘଞ୍ଚ କରିବା ରେ ବନବିଭାଗ ବିଫଳ ହୋଇଥିବା ବେଳେ ଅନ୍ୟ ପକ୍ଷରେ ବନ କର୍ମଚାରୀମାନେ ସମାନ ଭାବରେ ନିଜ ଦ୍ୱିତ୍ୱକୁ ନିଭାଉନଥିବା ହେତୁ ଜଙ୍ଗଲରୁ ବନ୍ୟପ୍ରାଣୀ ମାନେ ସହର ଅଭିମୁଖେ ଆସୁଛନ୍ତି । ଯାହାଫଳରେ ଶିକାରୀ ଯେତିକି ଶିକାର କରୁଛନ୍ତି ତାଠାରୁ ଅଧିକ ବୁଲା କୁକୁରଙ୍କ ଆକ୍ରମଣରେ ମୟୁର ହରିଣ ଆହତ ହେଉଥିବା ଜିଲ୍ଲାରେ ଦେଖିବାକୁ ମିଳୁଛି । ଏବଂ ଏହି ଆହତ ହରିଣଙ୍କୁ ବାରମ୍ବାର ଅଂଚଳବସୀ ଉଦ୍ଧାର କରିବା ସହିତ ଏହାର ପ୍ରାଥମିକ ଚିକିତ୍ସାକରି ବନବିଭାଗ ଅଧିକାରୀଙ୍କୁ ଜିମା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏତେ ପରିମାଣର ବନ କର୍ମଚାରୀ ବନ୍ୟଜନ୍ତୁଙ୍କ ସୁରକ୍ଷାରେ କାର୍ଯ୍ୟ କରୁଥିବା ବେଳେ କିନ୍ତୁ ବାସ୍ତବରେ କେହି ସଠିକ ଭାବରେ କାର୍ଯ୍ୟ କରୁନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି ।