ପଲିଥିନ ତଳେ ବିତୁଛି ଜୀବନ


କନ୍ଧମାଳରୁ ପାର୍ଥ ବିଶ୍ୱାଳ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ଅଧିନସ୍ତ ବାଡ଼ିଗୁଡ଼ା ଗ୍ରାମର ରାଜେନ୍ଦ୍ର କହଁର (୫୯) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଘରେ ପଲିଥିନ ଘୋଡ଼ାଇ ଏକାକୀ ରହୁଛନ୍ତି । ଦୀର୍ଘ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଜଣାଇଲା ପରେ ଆର୍ଥôକ ବର୍ଷ ୨୦୨୧-୨୨ ରେ ପ୍ରଧାନମନ୍ତ୍ରୀ ଗୃହ ଖଣ୍ଡେ ସରକାରଙ୍କ ତରଫରୁ ମଞ୍ଜୁର ହୋଇ ରାଜେନ୍ଦ୍ର କହଁରଙ୍କ ନାମରେ ବ୍ୟାଙ୍କ୍ ଅଫ  ଇଣ୍ଡିଆର ଖାତାନଂ - ୫୧୭୧୧୦୧୧ ୦୦୦୨୪୯୮କୁ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ତା ୧୦.୦୭.୨୦୨୩ ରିଖରେ କ୍ରେଡିଟ୍ ହୋଇଛି । କିନ୍ତୁ ରାଜେନ୍ଦ୍ର ଜଣେ ନିରୀହ ସରଳ ବିଶ୍ୱାସୀ ଆଦିବାସୀ ବ୍ୟକ୍ତି ବିଶେଷ ହୋଇଥିବା ଯୋଗୁଁ ଫୁଲବାଣୀ ସ୍ଥିତ ଜଣେ ଜନୈକ ବ୍ୟକ୍ତି ରାଜେନ୍ଦ୍ରଙ୍କ ଘର ନିର୍ମାଣ କରି ଦେବି କହି ତାଙ୍କ ବ୍ୟାଙ୍କ୍ ପାସବୁକ୍ ନେଇ ଟଙ୍କା ଏଟିଏମ୍ ଏବଂ ୟୁପିଆଇ ଦ୍ୱାରା ଉଠେଇ ନେଇଛନ୍ତି । କେବଳ ଲୋକ ଦେଖାଣିଆ ଟିକେ ଫାଉଣ୍ଡେସନ ପକାଇ ସମସ୍ତ ଟଙ୍କା ଖର୍ଚ୍ଚ କରି ଦେଇଛି ବୋଲି କହିଛନ୍ତି । ସେହି ବ୍ୟାଙ୍କ୍ ଖାତାରେ ରାଜେନ୍ଦ୍ରଙ୍କ ନାମରେ ଆସୁଥିବା କାଳିଆ ଯୋଜନା, ପ୍ରଧାନ ମନ୍ତ୍ରୀ କୃଷକ ନିଧି ଯୋଜନା ଟଙ୍କା ସହିତ ଜଳ ବିଭିଷିକା ବିଭାଗର ହଜାର ହଜାର ଟଙ୍କା ଉଠେଇ ଜନୈକ ବ୍ୟକ୍ତି ଜଣକ ଖର୍ଚ୍ଚ କରି ଦେଇଛନ୍ତି । ରାଜେନ୍ଦ୍ରର ପାରିବାରିକ ଚିନ୍ତା ଯୋଗୁଁ ସେ ମାନସିକ ଚାପରେ ରହୁଥିବାରୁ ତାହାର ଫାଇଦା ନେଇ ବ୍ୟକ୍ତି ଜଣଙ୍କ ହଜାର ହଜାର ଟଙ୍କା ହେରଫେର କରିଛନ୍ତି । ଆମ୍ଭେ ଏ ନେଇ ସରପଞ୍ଚ ଦଶରଥ ଜାନିଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ତାହାର ସଠିକ୍ ତଦନ୍ତ କରି ଘର ନିର୍ମାଣ କରେଇ ଦିଆଯାଉ ନଚେତ୍ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଁ ଆଇନର ଆଶ୍ରୟ ନେବି ବୋଲି ମତବ୍ୟକ୍ତ କହିଛନ୍ତି  । ଅନ୍ୟପଟେ  ଗ୍ରାମର କେତେଜଣ ସହୃଦୟ ବ୍ୟକ୍ତି ତାଙ୍କ ଭଙ୍ଗା କୁଡ଼ିଆ ଘରେ ପଲିଥିନ ଖଣ୍ଡେ ପକାଇ ଦେଇଛନ୍ତି । ସେହି ଘର ମଧ୍ୟରେ ବିପଦଜନକ ଅବସ୍ଥାରେ ରାଜେନ୍ଦ୍ର ନିଜର ଦିନ କାଟୁଛନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ୫ କିଲୋ ଚାଉଳ ଏବଂ ଦିନ ମଜୁରିଆ କର୍ମ କରି ମିଳୁଥିବା ମଜୁରୀ ଟଙ୍କାରେ ସେ ଜୀବନ ଅତିବାହିତ କରୁଛନ୍ତି । ଅଧିକାଂଶ ଦିନ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍ତି । ତେବେ ସରକାରଙ୍କ ଯୋଜନା ପ୍ରକୃତ ଗରିବ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚô ପାରୁନାହିଁ । ଯଦି ବି ପହଞ୍ଚୁଛି ତାକୁ ସମାଜର କିଛି ମନ୍ଦ ଉଦେ୍ଦଶ୍ୟକାରୀ ବ୍ୟକ୍ତି ବିଶେଷ ହରିଲୁଟ୍ କରୁଛନ୍ତି । ତେଣୁ ଗରିବଗୁରୁବା ପ୍ରତି ଅନ୍ୟାୟ ହେଉଥିବା ସ୍ପଷ୍ଟ ବାରି ହୋଇଯାଉଅଛି । ତେଣୁ ଏହାର ତଦନ୍ତ ହେବା ସହିତ ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେବା ଜରୁରୀ ଏବଂ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପୂର୍ବତନ ସମିତି ସଭ୍ୟ ଗିରିଜା ଶଙ୍କର ବେହେରା, ପାହାଡ ସଂସ୍ଥାର ସଂସ୍ଥାପକ ପଞ୍ଚାନନ ମିଶ୍ର ପ୍ରମୁଖ ଦାବି କରିଛନ୍ତି ।