ଭିଜିଲାନ୍ସ ଜାଲରେ ଫସିଲେ ACF
ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ACFଙ୍କ ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।ରମଣ ଯୋଶୀଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଛି। ACFଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ଯାଞ୍ଚ କରାଯାଇଛି। ACF ରେବତୀ ରମଣ ଯୋଶୀ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛନ୍ତି।