ସ୍କୁଲରେ ନୂତନ ଅଧ୍ୟକ୍ଷାଙ୍କ ଯୋଗଦାନ
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରାଞ୍ଚଳସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଶୁଭଲକ୍ଷ୍ମୀ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଭାରପ୍ରାପ୍ତ ଅଧ୍ୟକ୍ଷ ବିଦ୍ୟାଧର ମହାରଣାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ନୂତନ ଅଧ୍ୟକ୍ଷାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିବା ଜଣାଯାଇଛି । ନୂତନ ଅଧ୍ୟକ୍ଷା ଶ୍ରୀମତି ସାହୁ ଏଥିପୂର୍ବରୁ ଭୂବନେଶ୍ୱର ଆଇଗିଣିଆ ସ୍ଥିତ ଆଇକନିକ ଆଦର୍ଶ ସ୍କୁଲରେ କାର୍ଯ୍ୟରତ ଥିଲେ । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ସହ ସ୍କୁଲର ପାରିପାର୍ଶ୍ୱିକ ଉନ୍ନତିକରଣ ନିମନ୍ତେ ଅଧ୍ୟକ୍ଷା ଦୃଷ୍ଟି ଦେବେ ବୋଲି ଏକ ସାକ୍ଷାତ କାରରେ ପ୍ରକାଶ କରିଛନ୍ତି ।