ବୌଦ୍ଧ ଏମ୍ଭିଆଇ ଗୋଲାପଚନ୍ଦ୍ର ହାଁସଦା ଭିଜିଲାନ୍ସ ଜାଲରେ
ବାରିପଦା : ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଭିଜଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତିକୁ ନେଇ ରାଜ୍ୟର ୬ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ମୁଖ୍ୟତଃ ବୌଦ୍ଧରେ ଥିବା କାର୍ଯ୍ୟାଳୟ ଭଡା ଘର, ଭୁବନେଶ୍ବରରେ ଥିବା ଝିଅ ଘର ସମେତ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ଜାଗାରେ ହେଉଛି ଚଢ଼ାଉ ହୋଇଛି । ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ଗୋଟିଏ ବହୁତଳ ପ୍ରାସାଦ ଓ ୩୬ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ତେଣେ ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷ ଟଙ୍କାର ଜମା ଥିବା ବି ଜଣାଯାଇଛି । ଖାଲି ସେତିକି ନୁହେଁ, ସେ ନିଜ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦା । ଏହାଛଡ଼ା ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୨୫୦ ଗ୍ରାମ୍ ସୁନା ଓ ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ । ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍ ଥିବା ବି ଜଣାଯାଇଛି ।