ପୁଣି ଦିଲ୍ଲୀ ଯିବେ ନବୀନ!
ଭୁବନେଶ୍ୱର : ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୯ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ କିଛି ସ୍ପଷ୍ଟ କରିନାହିଁ। ବିଭିନ୍ନ ସମୟରେ ଏନ୍ଡିଏକୁ ସମର୍ଥନ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଅନେକ ନେତା ଦଳ ଭିତରୁ ବିଭିନ୍ନ ସ୍ଥାନରେ ଚର୍ଚ୍ଚା କରୁଛନ୍ତି। ହେଲେ ଦଳର ଆଭିମୁଖ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ବଦଳିବ ନଁା ନାହିଁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିର ଏବେ ୭ଜଣ ରାଜ୍ୟ ସଭା ସଦସ୍ୟ ରହିଛନ୍ତି। ସେମାନଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଭୋଟିଂରୁ ବିରତି ରହିବ ବୋଲି ଏକପ୍ରକାର ଅଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି। ଦଳ ଭୋଟିଂରୁ ବିରତ ରହିବା ଅର୍ଥ ପରୋକ୍ଷରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସଙ୍ଗେ ସମାନ। ଅନ୍ୟପଟେ ଏଭଳି ସ୍ଥିତିରେ ଶନିବାର ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ଡକାଯାଇଥିଲା। ନବୀନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବି ଦଳ ଯଦି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ଏହା ବିଜେଡିକୁ କ୍ଷତି ପହଞ୍ଚାଇବ ବୋଲି ସେମାନଙ୍କ ଭିତରୁ କେତେଜଣ ସଦସ୍ୟ ପ୍ରସ୍ତାବ ରଖିଥିଲେ। ବୈଠକରେ ଉପସ୍ଥିତ ଜଣେ ସଦସ୍ୟଙ୍କ ସୂଚନା ମୁତାବକ ସମସ୍ତେ ଏନ୍ଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ନେଇ ପରୋକ୍ଷରେ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହା କେତେ ଗ୍ରହଣୀୟ ତାହା ସମୟ କହିବ ବୋଲି ସେ ସୂଚନା ଦେଇଛନ୍ତି। ପିଏସି ବୈଠକ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଦସ୍ୟା ପ୍ରମିଳା ମଲ୍ଲିକ କହିଛନ୍ତି, ଦଳର ନିଷ୍ପତ୍ତି କ’ଣ ହେବ ସେ କଥା ନବୀନ ନିଷ୍ପତ୍ତି କରିବେ, ଯାହାକୁ ନେଇ ବିଜେଡି ଭିତରେ ଏକ ଚର୍ଚ୍ଚା ଜୋର୍ ଧରିଛି। ଯଦି ନବୀନ ନିଷ୍ପତ୍ତି କରିବେ ବୈଠକରେ