ଭୁଶୁଡ଼ିଲା ପୋଲ, ୧୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ବାତ୍ୟା "ଦାନା' ଓ ଲଗାଣ ବର୍ଷା ଯୋଗୁଁ ନୀଳଗିରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଉପର ମୁଣ୍ଡରେ ବର୍ଷା ଜଳ ସୋନ ନଦୀରେ ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ତିନିଦିନ ଲଗାତାର ବର୍ଷାରେ ଗତ ୨୫ ତାରିଖ ରାତି ଠାରୁ ବେଗୁନିଆ ଗ୍ରାମରେ ସୋନ ନଦୀର ଶାଖା ନଈ ଉପରେ ନୂତନ ନିର୍ମାଣାଧିନ ପୋଲ ଓ ଅସ୍ଥାୟୀ ଶାଖା ରାସ୍ତାରେ ଏକ ମିଟରୁ ଉଦ୍ଧ୍ୱର୍ ଉଚ୍ଚÿତାରେ ବନ୍ୟା ଜଳ ପ୍ରବେଶ କରି ମୁଖ୍ୟ ରାସ୍ତା ଉପରେ ଜଳ ପ୍ଳାବିତ ହେବା ଦ୍ୱାରା ଜଳ ଲହଡି ମରିବା ସହ ଉକ୍ତ ରାସ୍ତା ଦେଇ ଜାତାୟାତା କରୁଥିବା ପ୍ରାୟ ୧୦ ଖଣ୍ଡରୁ ଉଦ୍ଧ୍ୱର୍ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଯାତାୟାତ ଏକ ପ୍ରକାର ଠପ ହେବା ଫଳରେ ନାହିଁ ନଥିବା ଅସୁବିଧା ଉପୁଜିଛି । ବିଶେଷ କରି ବେଗୁନିଆ ପଞ୍ଚାୟତର ବେଗୁନିଆ, ତୋଟାପଡା, ସଂସାପାଳ, ଦୋବାଟି, ଡୁମଗଣ୍ଡିରା ପ୍ରମୁଖ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ଦ୍ୱାରା ମେଡିକାଲ ଭଳି ଜରୁରୀକାଳୀନ ସେବା ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ନୀଳଗିରି ଡାକ୍ତରଖାନା ଠାରୁ ଆରମ୍ଭ କରି ମିତ୍ରପୁର ବଜାର ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଛି ।