ଅନ୍ନଦାପ୍ରସାଦ ବିଦ୍ୟାଳୟର ବାର୍ଷିକୋତ୍ସବ
ନୀଳଗିରି: ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ପଦାଗା ମୂଳକୁଢେଇ ସ୍ଥିତ ଅନ୍ନଦା ପ୍ରସାଦ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ବିଶ୍ୱାଳ ମଞ୍ଚାସୀନ ରହି ଉତ୍ସବ ହିଁ ଏକତା, ଭାଇଚାରାର ପ୍ରତୀକ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ପ୍ରଭଞ୍ଜନ ବେହେରା ଉପସ୍ଥିତ ରହି ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୋଟାଏ ଗୋଟାଏ ମଣିଷ ତିଆରି କାରଖାନା ବୋଲି ନିଜ ଅଭିଭାଷଣରେ ଅଭିମତ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜସୋମତି ମହାଳିକ , ଗଣେଶ ପ୍ରସାଦ ପୁଟି, ରବୀନ୍ଦ୍ର ଦାସ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଦୀପ୍ତ ଶଙ୍କର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁନିମଣି ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଦିବାକର ମଲିକ ମଞ୍ଚ ପରିଚାଳନା କରିଥିବାବେଳେ ଜୟରାମ ଧଉଡ଼ିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଭିତରେ ନାଚ, ଗୀତ ଅନୁଷ୍ଠିତ ହୋଇଥିଲା । ତତ୍ସହିତ ନାଟକ ସମର୍ପଣ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।