ଅନନ୍ତ ଦାସ ଓ ବିକାଶଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର: ମିଳିତ ନିଶା ନିବାରଣ ଅଭିଯାନ (ମନା) ପକ୍ଷରୁ ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସ ଓ ସମାଜସେବୀ, ଶ୍ରମିକନେତା ସ୍ୱର୍ଗତ ବିକାଶ ଦାସଙ୍କ ଅମର ଆତ୍ମାର ସଦ୍୍ଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଅନନ୍ତ ଦାସ ଓ ସ୍ୱର୍ଗତ ବିକାଶ ଦାସଙ୍କ ବିୟୋଗ ସମାଜପାଇଁ ଅପୂରଣୀୟ କ୍ଷତି ବୋଲି ସଭାପତି ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦିକା ମମତା ମହାପାତ୍ର ସ୍ୱର୍ଗତ ଅନନ୍ତ ଦାସଙ୍କୁ ସାହିତ୍ୟକୁ ଭଲ ପାଉଥିବା ଏକ ନିରହଙ୍କାରୀ ବ୍ୟକ୍ତିତ୍ୱ ଭାବରେ ଅଭିହିତ କରିଥିଲେ । ସ୍ୱର୍ଗତ ଅନନ୍ତ ଦାସଙ୍କର ସକରାତ୍ମକ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଆଦର୍ଶ ହେବା ଉଚିତ୍ ବୋଲି ଉପଦେଷ୍ଟା ସୁବ୍ରତ କର କହିଥିଲେ । ଫକୀରମୋହନ ମେଡିକାଲ୍ କଲେଜ ସ୍ଥାପନା ପାଇଁ ତାଙ୍କର ବହୁତ ଅବଦାନ ରହିଛି । ଉପସଭାପତି ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ସ୍ୱର୍ଗତ ବିକାଶ ଦାସଙ୍କୁ ଜଣେ ମହାନ୍ ଗାନ୍ଧୀବାଦୀ ନେତା ଭାବେ ଅଭିହିତ କରିବା ସହିତ ସେ ନିଜ ପ୍ରଚେଷ୍ଟାରେ ନିଜ ଗ୍ରାମ ଶାସଙ୍ଗରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିବା କଥା ପ୍ରକାଶ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ୱର୍ଗତ ଅନନ୍ତ ଦାସଙ୍କ ଅବଦାନ ସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଅକ୍ଷୟ ତି୍ରପାଠୀ ସ୍ୱର୍ଗତ ବିକାଶ ଦାସ ସମସ୍ତଙ୍କୁ ଭଲ ପାଉଥିବାରୁ ସମସ୍ତଙ୍କର ପି୍ରୟଭାଜନ ହୋଇପାରିଥିଲେ ବୋଲି ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଅନନ୍ତ ଦାସ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା କଥା ପ୍ରକାଶ କରିଥିଲେ । ବିଭୂତି ଭୂଷଣ ଦାସ ସ୍ୱର୍ଗତ ଅନନ୍ତ ଦାସଙ୍କ ସହ ବିତାଇଥିବା ସମୟର ସ୍ମୃତିଚାରଣ କରି କହିଥିଲେ ଯେ ସେ ଓଡ଼ିଆଙ୍କୁ ଓ ଓଡ଼ିଆ ଭାଷାକୁ ଭଲ ପାଉଥିବା ଏକ ବିରଳ ବ୍ୟକ୍ତିତ୍ୱ । ତାଙ୍କର ପ୍ରଚେଷ୍ଟାରେ ଉତ୍ତର ବାଲେଶ୍ୱରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଛି । ଅନ୍ୟମାନଙ୍କ ମଧ୍ୟରେ ଡ. କ୍ଷିତୀଶ୍ୱର ଦାଶ, ଡ. କେଶବ ଚରଣ ପଣ୍ଡା, ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ରାଜେନ୍ଦ୍ର ନାଥ ରାଉତ, ବେଣୁଧର ସାହୁ, ରବି ନାରାୟଣ ଭୋଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ସୀତାରାମ ପ୍ରଧାନ, ତି୍ରଦିବ ନାୟକ, ଶଚୀନ୍ଦ୍ର ଦାସ, ପ୍ରତାପ ଚନ୍ଦ୍ର ମହାନ୍ତି, ଶ୍ରୀମତୀ ଲକ୍ଷ୍ମୀପି୍ରୟା ଜେନା, ଗୀତାଞ୍ଜଳି ସିଂହ, ପ୍ରଣିତା ମିଶ୍ର, ମୀନା ସେଠୀ, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ ପ୍ରଧାନ ଓ ସନାତନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ସ୍ମୃତିଚାରଣ କରିଥିଲେ । ଶେଷରେ ରମେଶ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ ।