ଅଶ୍ଳୀଳ ଫଟୋ ଭାଇରଲ : ୨ କୋର୍ଟଚାଲାଣ

 ଦାନଗଦୀ:  ଜନୈକା ଯୁବତୀଙ୍କର ଅଶ୍ଳୀଳ ଫଟୋ ଭାଇରଲ ଅଭିଯୋଗରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଟମକା ଥାନା ଚିତ୍ରୀ ମାନପୁର ଗାଁର କୁଳମଣି ପାତ୍ରଙ୍କ ପୁଅ ରଞ୍ଜିତ (୨୮) ଓ ଢେଙ୍କାନାଳ ଜିଲା ନିହାଲପ୍ରସାଦ ଥାନା ପର୍ବତକଣି ଗାଁର ଯୋଗେନ୍ଦ୍ର ସାହୁଙ୍କ ପୁଅ ଦିଲ୍ଲୀପ (୩୧) ହୋଇଥିବା ବେଳେ ଦୁଇଜଣ ରାବଣା ଗାଁର ଶେଷଦେବ ନାଥଙ୍କ ୨୧ବର୍ଷିର୍ୟା ଝିଅ ଫଟୋକୁ ସାମାଜିକ ଗଣ ମାଧ୍ୟମରେ ଭାଇରଲ କରି ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ । ୨୩ ତାରିଖ ଏନେଇ ଥାନାରେ ଅଭିଯୋଗ ପରେ କଳିଙ୍ଗନଗର ପୁଲିସ ୯୯/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା ।