ଡୁବୁରୀ ସମବାୟ ବ୍ୟାଙ୍କରେ ଜାଲିଆତି ଘଚଣା : ନକଲି ଗ୍ରାହକ ଅସଲି ପ୍ରମାଣ ପତ୍ରରେ ନେଇଗଲେ ଧାନ ବିକା ଟଙ୍କା


 ଯାଜପୁର : ଆଜିକାଲି କୈାଣସି ବି ବ୍ୟାଙ୍କରେ ଜମାଖାତା ଖୋଲିବାରେ ଅସୁବିଧା ନାହିଁ । ପୂର୍ବାପେକ୍ଷା ଖାତା ଖୋଲିବାଟା ସହଜ ହୋଇଥିଲେ ହେଁ ଆବଶ୍ୟକ ପ୍ରମାଣପତ୍ର ଆବଶ୍ୟକ କରିଥାନ୍ତି ବ୍ୟାଙ୍କ କର୍ତୁପକ୍ଷ । ପ୍ରମାଣପତ୍ରରେ ଯଦି ଟିକେବି ଫରକ ପରିଲକ୍ଷିତ ହୁଏ, ତେବେ ଖାତା ଖୋଲିବା କଷ୍ଠସାଧ୍ୟ ହୋଇଥାଏ । ହେଲେ ଡୁବୁରୀ ସମବାୟ ବ୍ୟାଙ୍କରେ ନକଲି ଗ୍ରାହକ ସାଜି ଜଣେ ଚାଷୀଙ୍କ ଅସଲି ପରିଚପତ୍ରରେ ଜମାଖାତା ଖୋଲିବା ସହ ଧାନ ବିକା ଟଙ୍କା ହଡ଼ପ କରିବା ଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏଭଳି ଜାଲିଆତିର ଗୁମର ଜାଲିଆତିର ଶୀକାର ହୋଇଥିବା ଚାଷୀ ଦାନଗଦୀ ବ୍ଲକ ରଣାଗୁଣ୍ଡି ଗ୍ରାମର ନଗେଶ ଜେନା ଖୋଲିଛନ୍ତି । ଯେଉଁ ଚାଷୀ ଜଣଙ୍କ ବର୍ଷେ ତଳେ ରଣାଗୁଣ୍ଡି ସମବାୟ ସମିତିରେ ଧାନ ବିକି୍ର କରି ଟଙ୍କା ପାଇବାକୁ ବାରଦୁଆର ହେଉଛନ୍ତି । ଜାଲିଆତିର ଶୀକାର ହୋଇଥିବା ଚାଷୀ ନଗେଶ ଜାଲିଆତି ସଂପର୍କରେ କଳିଙ୍ଗନଗର ଥାନାରୁ ଏସପି, ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଯେଉଁ ଗୁମର ଖୋଲିଛନ୍ତି, ତାହା ନିଶ୍ଚିନ୍ତ ତଦନ୍ତ ସାପେକ୍ଷ । ତାଙ୍କ କହିବା କଥା ମଣ୍ଡିରେ ଧାନ ଦେବା ପାଇଁ ରେଜିଷ୍ଟେସନ୍ କରିବା ପୂର୍ବରୁ ସେ ଦାନଗଦୀ ସ୍ଥିତ ୟୁକୋ ବ୍ୟାଙ୍କ୍ରେ ଜମାଖାତା ଖୋଲିଥିଲେ । ଯାହାର ପାସବୁକ୍ ନମ୍ବର-୩୦୩୦୦୧୧୦୦୩୭୧୮୮ ହୋଇଥିବା ବେଳେ ସେ ତା ୨୪ା୮ା୨୦୨୩ରେ ଖରିଫ୍ ଧାନବିକ୍ରୀ ପାଇଁ ଟୋକନ ହାସଲ ସହ ତାଲିକାଭୃକ୍ତ କରିବାକୁ ନିଜ ପାସ୍ବୁକ୍ର ନକଲ ସହିତ ଆବଶ୍ୟକ ସମସ୍ତ କାଗଜାତ ଏବଂ  ନିଜ ମୋବାଇଲ୍ ନମ୍ବର ସମିତି ସମ୍ପାଦନ ଦିଲ୍ଲୀପ୍ ସାହୁଙ୍କୁ ଧାନବିକ୍ରି କରିବାକୁ ନାମ ରେଜିଷ୍ଟେସନ୍ କରିଥିଲେ । ନଗେଶ ୨୦୨୪ ଫେବ୍ରୁଆରି ୬ରେ ସମବାୟ ସମିତିରେ ଧାନ ବିକ୍ରି କରିଥିଲେ ହେଁ ତାଙ୍କ ଏକାଉଣ୍ଟଙ୍କୁ ଟଙ୍କା ଆସିନଥିଲା । ହେଲେ ସେ ପାଇବାକୁ ଥିବା ଧାନବିକା  ୯୦ହଜାର ୬୧୬ ଟଙ୍କା ଡ଼ୁବୁରୀ ସ୍ଥିତ କେନ୍ଦ୍ରିୟ ସମବାୟ ବ୍ୟାଙ୍କରେ ତାଙ୍କ ନାମରେ ଅସଲି ପ୍ରମାଣପତ୍ରରେ ଖୋଲିଥିବା ଆକାଉଂଟରେ ଜମା ହୋଇ ନକଲି ଉପଭୋକ୍ତ ଉଠାଇ ନେଇଥିଲେ । ଚାଷୀ ନଗେଶଙ୍କ ଅଭିଯୋଗ ୟୁକୋ ବ୍ୟାଙ୍କ୍ରେ ପୂର୍ବରୁ ଖୋଲା ଯାଇଥିବା ପାସ୍ବୁକ୍ର ନକଲ ସମ୍ପାଦକ ଦିଲ୍ଲୀପ୍ଙ୍କୁ ଦେଇଥିବା ବେଳେ ସେହି ସମସ୍ତ କାଗଜାତ ବଳରେ ତା୨୫ା୮ା୨୦୨୩ ରିଖରେ ଡୁବୁରୀ ସମବାୟ ବ୍ୟାଙ୍କ୍ରେ ଆକାଉଣ୍ଟ ଖୋଲାଯାଇଥିଲା । ଯାହାର ନମ୍ବର-୦୨୩୦୫୩୦୧୬୮୭୪ ହୋଇଥିବା ବେଳେ ସେ କେବେବି ଉକ୍ତ ସମବାୟ ବ୍ୟାଙ୍କକୁ ଯାଇ ନଥିବା କହିଛନ୍ତି । ଏଣୁ ପ୍ରଶ୍ନ ଉଠୁଛି ଚାଷୀ ନଗେଶ ସମବାୟ ବ୍ୟାଙ୍କକୁ ଯାଇନଥିବା ବେଳେ, ତାଙ୍କ ନାମରେ ଆକାଉଣ୍ଟ ଖୋଲିଲା କିଏ ଏବଂ ଧାନ ବିକା ଟଙ୍କା ହଡପ୍ କଲା କିଏ? ନଗେଶଙ୍କ ଅଭିଯୋଗ ଯଦି ସତ ହୋଇଥାଏ ତେବେ ସମବାୟ ବ୍ୟାଙ୍କ ହିଁ ଜାଲିଆତିର ଜଡ଼ ବୋଲି ଧରାଯାଇପାରେ । ନଗେଶଙ୍କ ଅଭିଯୋଗ ରେଜିଷ୍ଟେସନ ଫର୍ମର ଦସ୍ତଖତକୁ ଜାଲିଆତି କରାଯିବା ସହ ପୁଣି ତାଙ୍କ ମୋବାଇଲ୍ ନମ୍ବର - ୭୭୪୯୦୬୮୯୭୦ ପରିବର୍ତେ ଅନ୍ୟ ଏକ ନମ୍ବର-୮୨୭୦୮୨୨୧୩୮ ଦେଇଥିଲା କିଏ ?  ଉକ୍ତ ମୋବାଇଲ୍ ନମ୍ବରଟି  ଦାନଗଦୀର ଜନୈକ ରାଜେଶ କୁମାର ରାଉତ୍ଙ୍କ ନାମରେ ରହିଥିବା ନଗେଶ ଦର୍ଶାଇଛନ୍ତି । ଆହୁରି ମଧ୍ୟ ଧାନବିକ୍ରୀ କରିବା ବାବଦରେ ନଗେଶ ପାଇବାକୁ ଥିବା ଟଙ୍କାକୁ ସେ ଦେଇଥିବା ଦାନଗଦୀ ୟୁକୋ ବ୍ୟାଙ୍କ୍ ଖାତାରେ ଜମା ନଦେଇ ଜାଲିଆତି କରି ତାଙ୍କ ନାମରେ ଡୁବୁରୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ରେ ଖୋଲା ଯାଇଥିବା ଖାତାରେ ତା୭ା୩ା୨୦୨୪ରେ ଜମା ହୋଇଥିବା ଏବଂ ମୋବାଇଲ୍ ନମ୍ବର-୮୩୨୮୮୫୧୪୧୯ ଦିଆଯାଇଥିବା ଖୋଦ୍ ତକ୍ରାଳିନ ବ୍ୟାଙ୍କ ପରିଚାଳକ ପ୍ରହଲ୍ଲାଦ ମହାନ୍ତି ସ୍ୱିକାର କରିଛନ୍ତି । ଏହି ନମ୍ବରଟି କୁଆଡେ ସ୍ଥାନୀୟ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ନାମକ ମହିଳାଙ୍କର ବୋଲି ନଗେଶ କହିଛନ୍ତି । ନଗେଶ ଟଙ୍କା ଉଠାଇବାକୁ ଯାଇନଥିବା ବେଳେ ସମବାୟ ବ୍ୟାଙ୍କ୍ର ଚେକ୍ ନମ୍ବର -୩୩୯୨୫୧ରେ ଜାଲ ୍ ଦସ୍ତଖତ କରାଯାଇ ତା୧୩ା୩ା୨୦୨୪ରେ ୮୯ ହଜାର ୫ଶହ ଟଙ୍କା ଉଠାଇ ନିଆଯାଇଛି । ନଗେଶ ଅନ୍ୟ ଯେଉଁ ସାଂଘାତିକ ଅଭିଯୋଗ ଆଣିଛନ୍ତି, ତାହା ହେଲା ଖାତାରେ ଜମାଥିବା ଟଙ୍କାକୁ ଉଠାଇ ନେବା ପରେ ତା୧୨ା୭ା୨୦୨୪ରେ ତାଙ୍କ ଦସ୍ତଖତକୁ ଜାଲିଆତି କରାଯାଇ ବ୍ୟାଙ୍କ ଖାତାକୁ ବନ୍ଦ କରି ଦିଆଯାଇଥିଲା । ଶୁଳିଆ ଗ୍ରାମର ସୌମ୍ୟ ରଞ୍ଜନ ମହାନ୍ତ ନାମକ ଜନୈକ ଯୁବକଙ୍କ ସହିତ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବ୍ୟାଙ୍କ୍କୁ ଆସି ଏହି ଚଂଚକତା କରିଥିବା ବାବଦରେ ନଗେଶ ଜାଣିବାକୁ ପାଇଥିବା କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବ୍ୟାଙ୍କରେ ଆକାଉଂଟ ଖୋଲିବା ବେଳେ ଦସ୍ତଖତ ଚିହ୍ନଟ କରିବା ଠାରୁ ଆରମ୍ଭ କରି ସମସ୍ତ ଦସ୍ତାବିଜର ସତ୍ୟତା ଜାଣିବାକୁ ଉପଭୋକ୍ତାଙ୍କ ଉପସ୍ଥିତ ନିହାତି ଜରୁରୀ । ହେଲେ ସମବାୟ ବ୍ୟାଙ୍କ ଡ଼ୁବୁରୀ କର୍ତୁପକ୍ଷ କିଭଳି ଏହାକୁ ଏଡାଇ ଗଲେ ତାହା ମଧ୍ୟ ସନେ୍ଦହ ଜନକ ।  ଯାହାର ଉଚସ୍ତରୀୟ ତଦନ୍ତ କରାଗଲେ ଚାଷୀଙ୍କ ଟଙ୍କା ହଡ଼ପ କରିଥିବା ମୂଳରୁ ଜଡ଼ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରନ୍ତେ, ଆଉ ଚାଷୀ ନଗେଶ ନ୍ୟାୟ ପାଇପାରନ୍ତେ ।