ରାସ୍ତା ପାଲଟିଛି ମରଣଯନ୍ତା
ବୈଶିଙ୍ଗା: ଓଡିଶାରେ ଶାସନ ବିଗତ ଦିନରେ ବିଜେଡି ସରକାର କେତେ ସ୍ୱଚ୍ଛ ତାହାର ପ୍ରମାଣ ହେଲା ରାସ୍ତା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଗମନାଗମନ ବ୍ୟବସ୍ଥାକୁ ବିଚାରକୁ ନିଆଗଲେ ରାସ୍ତାକାମ ନାମରେ କେବଳ ଅର୍ଥ ହରିଲୁଟ୍ ହୋଇଥିବାର ଜଣାଯାଏ । ଯେଉଁ ରାସ୍ତା ତିଆରି ହେବାକୁ ତିନି ମାସ ସମୟ ଲାଗେ ସେ ସେହି ରାସ୍ତା ତିନି ମାସରେ ମଧ୍ୟ ନଷ୍ଟ ହୋଇଯାଇଥାଏ । ଏହାର ପ୍ରମାଣ ସ୍ୱରୂପ ବୈଶିଙ୍ଗା -ରୁପ୍ସା ରାସ୍ତାର ଅବସ୍ଥାକୁ ଦେଖିଲେ ଯାଇ ବୁଝାପଡିବ । ବୈଶିଙ୍ଗା ଠାରୁ ଅସ୍ତପୁରା ପର୍ଯ୍ୟନ୍ତ ୫ କିମି ରାସ୍ତା ସମ୍ପୂର୍ଣ ହୋଇଥିଲା ବେଳେ ଏବେ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇ ଥିବାର ଦେଖାଯାଇଛି । ଏହି ରାସ୍ତାଟି ୧୮ନଂ ଜାତୀୟ ରାଜପଥ ବୈଶିଙ୍ଗା ଠାରୁ ୬୦ ନଂ ଜାତୀୟ ରାଜପଥ ରୁପ୍ସା ସହିତ ସଂଯୋଗ କରୁଥିବାରୁ ୈନନ୍ଦିନ ଶହ ଶହ ଭାରିଯାନ ଚଳାଚଳ କରିଥାଏ । ପ୍ରତିବର୍ଷ ଏହି ରାସ୍ତାର କିଛି ଅଂଶ ନୂଆ ପିଚୁ ହେବା ସହିତ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାଯାଇଛି । ସେହିଭଳି ଦୁଇବର୍ଷ ତଳେ ବୈଶିଙ୍ଗା ଠାରୁ ଅସ୍ତପୁରା ପର୍ଯ୍ୟନ୍ତ ଯେଉଁ ରାସ୍ତା ପ୍ରସସ୍ତିକରଣ କରାଯାଇଥିଲା ତା ପାଇଁ ପ୍ରାୟ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂତ୍ରରୁ ଜଣାଯାଏ । ମାତ୍ର ସେହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ୈନିକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ସହିତ ଅକର୍ମଣ୍ୟ ହେବା ଏବଂ ମୃତୁ୍ୟବରଣ କରିଥିବାର ମଧ୍ୟ ନଜିର ରହିଛି । ନୂଆ ବିଜେପି ସରକାରଙ୍କୁ ବହୁ ଅଭିଯୋଗ ପରେ ଅଳ୍ପ ଅଳ୍ପ ସ୍ଥାନରେ ପେଚିଂ କରାଯାଇଛି ସତ ମାତ୍ର ତାହା ମଧ୍ୟ ଉଠିଗଲାଣି । ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବୀ ହେଉଛି । ବିଭାଗୀୟ ଅଧିକାରୀ ନିଜେ ରାସ୍ତାର ଅବସ୍ଥା ଦେଖି ମରାମତିର ଆବଶ୍ୟକତା ଅଛି କି ନାହିଁ ଜାଣିପାରିବେ ।ଯେଉଁ ଠିକାଦାର କାର୍ଯ୍ୟ କରିଛନ୍ତି ତାଙ୍କର ମରାମତି ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କାହିଁକି ହୋଇପାରୁନାହିଁ ବୋଲି ଚର୍ଚ୍ଚା ହେଉଛି ।