ଦିବାରାତ୍ର କି୍ରକେଟ : ମା’ଖଣ୍ଡୁରାଇ କ୍ଲବ୍ ଚାମ୍ପିଅନ
ଯଖପୁରା : ମା’ତାରିଣୀ କ୍ରିକେଟ୍ କ୍ଲବ୍ ଚକୁଆ ଅନୁକୂଲ୍ୟରେ ଦିବାରାତ୍ର କ୍ରିକେଟ୍ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ରାବଣାର ମା’ ଖଣ୍ଡୁରାଇ କ୍ରିକେଟ କ୍ଲବ ଏବଂ ଚଉଷଠିପଡ଼ା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମା ଖଣ୍ଡୁରାଇ ୨ରନରେ ଜିତି ଚାମ୍ପିଅନ ହୋଇଥିଲା । ରାବଣାର କ୍ୟାପଟେନ ମୃତୁ୍ୟଞ୍ଜୟ ବେହେରା ଟ୍ରଫି ଗ୍ରହଣ କରିଥିବା ବେଳେ, ପ୍ରକାଶ ସେଠୀ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ପରାଜିତ ଚଉଷଠିପଡ଼ାର କ୍ୟାପଟେନ ସନ୍ତୋଷ କୁମାର ମହାନ୍ତିଙ୍କୁ ରନର୍ସ କପ୍ ପ୍ରଦାନ କରାଯାଇଥିଲା । ଅତିଥି ଭାବେ ନିମାଇଁ ଚରଣ ଜେନ, ପ୍ରଶାନ୍ତ ପାଳ ଓ ପତିତପାବନ ଚକ୍ରବର୍ତୀ ଯୋଗ ଦେଇଥିଲେ । ଖେଳକୁ ଦେବବ୍ରତ ସାମଲ, ଅମୁଲି ସାମଲ, ସମାପଣି ଜେନା, ଶ୍ରୀଧର ଜେନା ପରିଚାଳନା କରିଥିବା ବେଳେ ରାକେଶ ଚକ୍ରବର୍ତୀ, ସୂର୍ଯ୍ୟମଣି ଜେନା ପ୍ରମୁଖ ସହଯୋଗ କରିଥିଲେ ।