୨୬ ବୁଥ ଉତ୍ତେଜନା ପ୍ରବଣ
ବ୍ରହ୍ମବରଦା: ଜୁନ ୧ ଅନୁଷ୍ଠିତ ହୋଇ ଶେଷ ହେବ ନିର୍ବାଚନ । ଏନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ସହିତ ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମୋଟ ୨୨୪ ଗୋଟି ବୁଥରେ ୨ଲକ୍ଷ ୨୪ ହଜାର ୩ ସହ ୫୯ ଜଣ ମତଦାତା ସେମାନଙ୍କ ଭୋଟ ଦେବେ । ସେହିପରିଭାବେ ବ୍ରହ୍ମବରଦା ଥାନା ଅଧୀନରେ ଥିବା ୯ ଗୋଟି ପଞ୍ଚାୟତର ମୋଟ ୪୪ ଟି ବୁଥରେ ୪୪,୪୯୭ ଜଣ ମତଦାତା ସେମାନଙ୍କ ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବେ । ଏହି କ୍ରମରେ ବ୍ରହ୍ମବରଦା ପଞ୍ଚାୟତରେ ୭ଟି ବୁଥରେ ୮୪୯୨ ଜଣ ମତଦାତା ରହିଥିବା ବେଳେ, ମହେଶ୍ୱରପୁରରେ ୬ଟି ବୁଥରେ୫୨୩୭ ଜଣ, ବନ୍ଧଢିଅରେ ୫ଟି ବୁଥ୍ରେ ୫୫୨୭, ଝାଲପଡାରେ ୬ଟି ବୁଥରେ ୫୩୮୨, ରୁଦ୍ରପୁର ୫ବୁଥରେ ୩୯୦୧, ଅର୍ଥଙ୍ଗାରେ ୪ ବୁଥରେ ୪୩୨୫, ମଙ୍ଗରାଜପୁରରେ ୪ ବୁଥରେ ୪୪୩୮, ରାଉତରାପୁରରେ ୪ ଟି ବୁଥ୍ରେ ୩୪୫୭ ଜଣ ଓ ମଙ୍ଗଳପୁର ପଞ୍ଚାୟତରେ ୩ଟି ବୁଥ୍ ରେ ୩୭୩୮ ଜଣ ମତଦାତା ସେମାନଙ୍କ ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବେ । ଏହି ୪୪ ଗୋଟି ବୁଥରୁ ୨୬ଟି ବୁଥ ଉତ୍ତେଜନା ପ୍ରବଣ ରହିଥିବା ବ୍ରହ୍ମବରଦା ଥାନାଧିକାରୀ ଦେବାଶିଷ ସତପଥୀ ସୂଚନା ଦେଇଛନ୍ତି । ଏଥି ସହିତ ଚଳିତ ନିର୍ବାଚନରେ ପ୍ରଥମକରି ଭୋଟ ଦେବାକୁ ଥିବା ନୂଆ ମତଦାତା ମାନଙ୍କ ମଧ୍ୟରେ ଅହେତୁକ ଉତ୍ସୁକତା ଦେଖାଯାଉଥିବା ପରିଲକ୍ଷିତ ହୋଇଛି । ଦେଖିବାକୁ ବାକି ରହିଲା ଚଳିତବର୍ଷ ଦେଶର ନିର୍ବାଚନୀ ମହାପର୍ବରେ କେତେ ଶତକଡା ମତଦାତ ସେମାନଙ୍କ ମୂଳ୍ୟବାନ ମତଦାନ ସାବ୍ୟସ୍ଥ କରୁଛନ୍ତି ।