ଭାରତ ଆସିବେ ମେସି
ନୂଆଦିଲ୍ଲୀ : ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର । କେରଳ ଆସିବେ ଲିଓନେଲ୍ ମେସି । ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍ରେ କିମ୍ବଦନ୍ତୀ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର ସୁଯୋଗ ପାଇବେ ଭାରତୀୟ ଫୁଟବଲ୍ ପ୍ରେମୀ । ୧୪ ବର୍ଷ ପରେ ବିଶ୍ୱକପ୍ ବିଜେତା ଅଧିନାୟକ ୨୦୧୧ ପରେ ଭାରତ ଗସ୍ତରେ ଆସିବେ । ଗତ ବର୍ଷ ନଭେମ୍ବରରେ କେରଳର କ୍ରୀଡା ମନ୍ତ୍ରୀ ଭି ଅବଦୁରାହିମାନ ଘୋଷଣା କରିଥିଲେ ଯେ ଆର୍ଜେଣ୍ଟିନା ଦଳ କେରଳ ଗସ୍ତ କରିବ ଏବଂ କୋଚିରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ବୁଧବାର ୨୬ ମାର୍ଚ୍ଚରେ ଏଚଏସ୍ବିସି ଇଣ୍ଡିଆ ଆର୍ଜେଣ୍ଟିନା ଦଳର ଆଧିକାରିକ ଅଂଶୀଦାର ହୋଇ ଘୋଷଣା କରିଛି ଯେ ମ୍ୟାଚ୍ ଅକ୍ଟୋବରରେ ଅନୁଷ୍ଠିତ ହେବ । ଭାରତରେ ଫୁଟ୍ବଲ୍କୁ ସହଯୋଗ ଏବଂ ପ୍ରୋସôାହନ କରିବ । ଏହି ସହଭାଗୀତା ଅଧୀନରେ କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସିଙ୍କ ସମେତ ଆର୍ଜେଣ୍ଟିନା ଜାତୀୟ ଫୁଟ୍ବଲ୍ ଦଳ ଅକ୍ଟୋବର ୨୦୨୫ରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଭାରତ ଗସ୍ତ କରିବେ ବୋଲି ଏଚଏସ୍ବିସି ଇଣ୍ଡିଆର ଏକ ବିଜ୍ଞପ୍ତିରେ କୁହାଯାଇଛି । ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍ ଏବଂ ଏଚଏସ୍ବିସି ବୁଧବାର ଭାରତ ଏବଂ ସିଙ୍ଗାପୁର ପାଇଁ ଏକ ନୂତନ ଏକ ବର୍ଷର ସହଭାଗୀତା ସ୍ୱାକ୍ଷର ଘୋଷଣା କରିଛନ୍ତି ଯାହା ୨୦୨୬ ବିଶ୍ୱକପ୍ ଯୋଗ୍ୟତା ଫାଇନାଲ ମ୍ୟାଚ୍ ପୂର୍ବରୁ ୨୦୨୫ରେ ପ୍ରତିଯୋଗିତାମୂଳକ ଋତୁକୁ କଭର କରିବ । ମେସିଙ୍କ ପ୍ରଥମ ଭାରତ ଯାତ୍ରା ସେପ୍ଟେମ୍ବର ୨୦୧୧ରେ ହୋଇଥିଲା । ଯେତେବେଳେ ସେ କୋଲକାତାରେ ଭେନେଜୁଏଲା ବିପକ୍ଷରେ ଏକ ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ଖେଳିଥିଲେ । ସଲ୍ଟ ଲେକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନା ୧-୦ ବିଜୟ ହାସଲ କରିଥିଲା ।