ପ୍ରେମାନନ୍ଦ ମହାରାଜଙ୍କ ଶରଣରେ କୋହଲି

ପ୍ରେମାନନ୍ଦ ମହାରାଜଙ୍କ ଶରଣରେ କୋହଲି

ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନରେ ପହଞ୍ଚିଥିଲେ ।  କୋହଲିଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବୃନ୍ଦାବନ ଯାଇଛନ୍ତି। ମଙ୍ଗଳବାର ସକାଳୁ ସେ କେଲି କୁଞ୍ଜ ଆଶ୍ରମରେ ପହଞ୍ଚି ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେଇଥିଲେ । ବିରାଟ୍ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳାପ କରିଥିଲେ । ଦମ୍ପତି ଆଶ୍ରମରେ ୨ ଘଣ୍ଟା ୨୦ ମିନିଟ୍ ସମୟ ରହିଥିଲେ । ପ୍ରେମାନନ୍ଦ ମହାରାଜଙ୍କ ସହ ବାର୍ତ୍ତାଳାପ କରି ଫେରିବା ବେଳେ କୋହଲି ଦମ୍ପତି କାରରେ ମାସ୍କ୍ ଲଗାଇ ବସିଥିବାର ନଜର ଆସିଥିଲେ । ଏହିଠାରୁ ଦୁହେଁ ଦିଲ୍ଲୀ ଗସ୍ତ କରିଥିଲେ ।