କୋହଲିଙ୍କ ନାଁରେ ଏତଲା

କୋହଲିଙ୍କ ନାଁରେ ଏତଲା

 ବେଙ୍ଗାଲୁରୁ  : ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆର୍ସିବି ପ୍ଲେୟାର୍ ବିରାଟ କୋହଲିଙ୍କ ନାଁରେ ଏତଲା ଦିଆଯାଇଛି । କର୍ଣ୍ଣାଟକ ଶିବମୋଗା ଜିଲ୍ଲାର ଏଚ୍ଏମ୍ ଭେଙ୍କଟେସ୍ ନାମକ ଜଣେ ସମାଜସେବୀ କୁବନ୍ ପାର୍କ ପୁଲିସ୍ ଷ୍ଟେସନ୍ରେ ବିରାଟ କୋହଲିଙ୍କ ନାଁରେ ଏହି ଏତଲା ଦେଇଥିବା ଜଣାପଡ଼ିଛି । ବିରାଟ କୋହଲିଙ୍କୁ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ହୋଇଥିବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସେପଟେ କିନ୍ତୁ ପଞ୍ଜିକୃତ ମାମଲା ଅଧୀନରେ ଅଭିଯୋଗର ବିଚାର କରାଯିବା ପରେ ମାମଲା ରୁଜୁ କରାଯିବ ବୋଲି କୁବନ ପାର୍କ ପୁଲିସ୍ ସୂଚନା ଦେଇଛି ।
ସୂଚନାଯୋଗ୍ୟ ଗତ ୪ ତାରିଖରେ ବେଙ୍ଗାଲୁରୁ ଦଳ ପ୍ରଥମ ପାଇଁ ଆଇପିଏଲ୍ ଟ୍ରଫି ଜିତିବା ପରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ବିଜୟ ଉତ୍ସବ ମନାଇଥିଲା । ପଡ଼ିଆରେ ବିରାଟଙ୍କୁ ଦେଖିବା ପାଇଁ ତଥା ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ଷ୍ଟାଡିୟମ୍ର କ୍ଷମତା ୩୫ ହଜାର ଥିବାବେଳେ ଏଠାରୁ କ୍ଷମତା ଠାରୁ ଅଧିକ ଭିଡ଼ ଜମିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏ ଘଟଣାରେ ୧୧ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୫୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି ।