ଅଲମ୍ପିକ୍ସ ପାଇଁ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା

 ଭୁବନେଶ୍ୱର/ସମ୍ବଲପୁର : ‘ବୁର୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ ୨୦୨୫ର ପ୍ରଦର୍ଶନୀ ମ୍ୟାଚ୍ରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ୨୦୩୬ ଅଲମ୍ପିକ୍ସ ପାଇଁ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ ।
ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତା ସମାରୋହରେ ସେ କହିଛନ୍ତି ଯେ, ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳ । ବୁର୍ଲା, ହୀରାକୁଦ ସମେତ ସମ୍ବଲପୁରରେ ଫୁଟ୍ବଲ୍ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା । ଏହି ଅଞ୍ଚଳରେ ଖେଳୁଆଡ ମନୋଭାବକୁ ବଢାଇବା ଦିଗରେ ଏହି ପ୍ରତିଯୋଗିତାର ଆୟୋଜନ ପ୍ରଶଂସନୀୟ । ମହିଳା ଫୁଟ୍ବଲ୍ର ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବାର ଏକ ପ୍ଲାଟଫର୍ମ ଦେଇଥିବାରୁ ଆସୋସିଏସନ୍ର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।