ରେଡ୍ ବଲ୍ ମ୍ୟାଚ୍ ପୂର୍ବରୁ... ଅନ୍ଅଫିସିଆଲ୍ ଟେଷ୍ଟରେ ରାହୁଲଙ୍କ ଶତକ

 ବ୍ରିଟେନ୍  : ଭାରତ-ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ଆଜି ଇଂଲଣ୍ଡ ଲାୟନ୍ସ ଓ ଭାରତୀୟ ଦଳ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ଇଂଲଣ୍ଡର ନର୍ଥାମ୍ପଟନରେ ଅନୁଷ୍ଠିତ ମ୍ୟାଚ୍ରେ କେଏଲ ରାହୁଲ ଶତକ ହାସଲ କରିଛନ୍ତି । ଫଳରେ ପରେ ଆସନ୍ତା ଦିନରେ ତଥା ଜୁନ୍ ୨୦ରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍ରେ ରାହୁଲ ବେଶ୍ ପ୍ରଭାବଶାଳୀ ହୋଇପାରନ୍ତି ବୋଲି କୁହାଯାଉଛି । ଆଜି ଅନୁଷ୍ଠିତ ମ୍ୟାଚ୍ରୁ ସେ ୧୬୮ ବଲ୍ରୁ ୧୧୬ ରନ କରିଥିବା ବେଳେ ୧୫ ଚୌକା ଓ ଗୋଟିଏ ଛକା ମାରିଛନ୍ତି । 
ମେଘୁଆ ଆକାଶରେ ଇଂଲଣ୍ଡ ଲାୟନ୍ସ ପେସ୍ ଆକ୍ରମଣର ସାମ୍ନା କରି ଘାତକ ବୋଲିଂର ୧୦୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ପରବର୍ତ୍ତୀ ସମୟରେ ନିଜର ଟ୍ରେଡମାର୍କ କଭର ଡ୍ରାଇଭ୍ ସମେତ ବିଭିନ୍ନ ପ୍ରକାରର ଚମକôାର ସଟ୍ ଖେଳି, ୧୫୧ ବଲ୍ରେ ଶତକ ହାସଲ କରିଥିଲେ । ରାହୁଲ ପ୍ରଥମେ କରୁଣ ନାୟାରଙ୍କ ସହ ୮୬ ରନର ଭାଗିଦାରୀ କରିଥିଲେ । କ୍ୟାଣ୍ଟରବରୀରେ ଅନୁଷ୍ଠିତ ପ୍ରଥମ ଅନଔପଚାରିକ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ନାୟାର; ୱକ୍ସଙ୍କ ହାତରେ ଏଲବିଡବ୍ଲୁ୍ୟ ହୋଇଥିଲେ । ରାହୁଲ ତା’ପରେ ଧ୍ରୁବ ଜୁରେଲଙ୍କ ସହ ସେହି ପ୍ଲାଟଫର୍ମ ଉପରେ ନିର୍ଭର କଲେ, ଯିଏ ୮୭ ବଲରୁ ପ୍ରଭାବଶାଳୀ ୫୨ ରନ୍ ଯୋଡ଼ିଥିଲେ । ସେମାନଙ୍କର ୧୨୧ ରନର ଭାଗୀଦାରୀ ଭାରତ ଏ କୁ ମଧ୍ୟ ସେସନ ପର୍ଯ୍ୟନ୍ତ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥିଲା । ରାହୁଲଙ୍କ ଆଉଟ୍ ହେବା ପରେ ମଧ୍ୟ, ନୀତିଶ କୁମାର ରେଡ୍ଡୀ ୩୪ ରନ ଯୋଡ଼ି ଭାରତକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ ।