୨୮ରୁ ୨୪ ଆସନରେ ଜିତିବୁ: ପାଣ୍ଡିଆନ୍

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୨୮ ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଅତି କମ୍ ରେ ୨୪ ଟି ଆସନରେ ବିଜୟୀ ହେବ । ୪ଟି ଲୋକସଭା ଆସନରେ ମଧ୍ୟ ପୂର୍ବାପେକ୍ଷା ବହୁତ ଭଲ ରେଜଲ୍ଟ କରିବ । ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ସେ ଗତଥର ଏହି ୨୮ ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୨୦ ଆସନରେ ଜିତିଥିଲା । ମାତ୍ର ଏଥର ରାଜ୍ୟରେ ନବୀନ ୱେଭ୍ ରହିଛି । ତେଣୁ ବିଜେଡି ଅତି କମ୍ ରେ ୨୪ ଟି ଆସନ ପାଇବ । ଦୁଇଟି ଆସନରେ କଂଗ୍ରେସ ଓ ବିଜେପି ସହିତ ଟକ୍କର ହେବ । କେବଳ ପ୍ରଥମ ପର୍ଯ୍ୟାୟ ନୁହେଁ, ୪ଟି ଯାକ ପର୍ଯ୍ୟାୟରେ ବିଜେଡି କ୍ଲିନ୍ ସ୍ୱିପ୍ କରିବାକୁ ଯାଉଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ।