ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଉନି କମିଶନରେଟ୍ ପୁଲିସ


 ଭୁବନେଶ୍ୱର, ୧୪ା୫ : ସହରରେ ଅପରାଧ ରୋକିବା ପାଇଁଁ କମିଶନରେଟ୍ ପୁଲିସ ଟେକ୍ନୋଲୋଜିକୁ ଆପଣାଉଛି । ଏପରିକି ଆଗକୁ ନିର୍ବାଚନ ଥିବାରୁ ଡିପ୍ଫେକ୍ ଭିଡ଼ିଓକୁ ଅସ୍ତ୍ର କରିବେ ଅପରାଧୀ । ତେଣୁ କମିଶନରେଟ୍ ପୁଲିସ ଏହି ଭିଡ଼ିଓ ସମେତ ଅନ୍ୟାନ ଡିଜିଟାଲ ଅପରାଧ ରୋକିବାକୁ ନୂଆ ନୂଆ ଟେକ୍ନୋଲୋଜିକୁ ଅପଣାଉଛି । କିନ୍ତୁ ପୁଲିସ ଏହାକୁ ଲମ୍ବା ସମୟ ଧରି ରଖି ପାରୁନାହିଁ । ଥାନାକୁ ନୂଆ ଅଫିସର ଆସିଲେ ନୂଆ ଆପ୍ କରାଯାଉଛି କିନ୍ତୁ ବଦଳି ପରେ ତାହା କାମ କରୁନାହିଁ । ଏହିପରି ଅପରାଧ ରୋକିବା ପାଇଁ କୁଣ୍ଡଳୀ ଆପ୍ କରାଯାଇଛି । ସେହିପରି ଜବତ ଗାଡି ଏବଂ ଅନ୍ୟାନ ଚୋରି ସମ୍ପତ୍ତି ସନ୍ଧାନ ଆପ୍ରେ ଅପଲୋଡ୍ ହେବ । ସେହିପରି ଥାନାରେ ହେଉଥିବା ମାମଲା ଆରକ୍ଷୀ ଆପ୍ରେ ମଧ୍ୟ ଅପ୍ଲୋଡ୍ କରାଯାଏ । ଏହା କେବଳ ଥାନା କର୍ମଚାରୀମାନେ ବ୍ୟବହାର କରିପାରୁଥିଲେ । ତଦନ୍ତ ଅଧିକାରୀ ଏହି ବ୍ୟବସ୍ଥା ଦ୍ୱାରା ନିଜ ମାମଲା ସମ୍ପର୍କରେ ଆଗୁଆ ଜାଣିପାରୁନଥିଲେ । ଯେଉଁଥି ପାଇଁ କାଗଜ ଏବଂ କାଳି ଖର୍ଚ୍ଚ ରହି ଯାଉଥିଲା । କିନ୍ତୁ ଏହି ବ୍ୟବସ୍ଥା ଏବେ କାମ କରୁନାହିଁ । ଯେଉଁଥି ପାଇଁ ପୁଲିସ କର୍ମଚାରୀ ଏବଂ ସାଧାରଣ ଲୋକେ ହଇରାଣ ହେଉଛନ୍ତି ।
   ସୂଚନା ଅନୁଯାୟୀ, ପୂର୍ବରୁ ସିଟିଜେନ୍ ପୋର୍ଟାଲରେ ସମସ୍ତ ଅପରାଧୀଙ୍କ ତଥ୍ୟ ଥିଲେ ମଧ୍ୟ କୁଣ୍ଡଳୀ ଆପ୍  କମିଶନ୍ରେଟ୍ ପୁଲିସ କର୍ମଚାରୀଙ୍କ ପାଇଁ ସହଜ ହେଉଛି । କୁଣ୍ଡଳୀ ଆପ୍ରେ ଜଣେ ଅପରାଧୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ରହୁଛି । ତା ଘର ଠିକଣା, ସେ କେଉଁ ଧରଣର ଅପରାଧ ଘଟାଇଛି, ତା ନାମରେ କେତେ ମାମଲା ରହିଛି । ଆଦି ଅନେକ ବିଷୟରେ ଏହି କୁଣ୍ଡଳୀ ଆପ୍ରେ ତଥ୍ୟ ରହୁଛି । ଆବଶ୍ୟକ ପଡ଼ିଲେ ପୁଲିସ ଅପରାଧୀର ନାମ ମାରିଲେ ତାର ପୁରା କୁଣ୍ଡଳୀ ବାହାରି ଆସୁଥିଲା । ଯାହାକି ପୁଲିସକୁ ପରବର୍ତ୍ତି ସମୟରେ ତଦନ୍ତ କରିବାରେ ସହଜ ହେଉଥିଲା । ଏହି ଆପ୍ରେ ଅପରାଧୀଙ୍କ ତଥ୍ୟ ଅପଲୋଡ୍ କରିବା ପାଇଁ ଡିସିପି ଅଫିସ୍ରେ ଏକ ସେଲ୍ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଆପ୍ରେ ଆଉ ଲୁଟେରାଙ୍କ ତଥ୍ୟ ଅପଡେଟ୍ କରାଯାଉନଥିବା ଅନେକ ପୁଲିସ କର୍ମଚାରୀ ଅଭିଯୋଗ କରୁଛନ୍ତି । ଯେଉଁଥି ପାଇଁ କୁଖ୍ୟାତ ଅପରାଧୀଙ୍କ ସମ୍ପର୍କରେ କିଛିବି ସୁରାକ ମିଳିପାରୁନି । ଯାହାଫଳରେ ଯେଉଁ ଉଦେ୍ର୍ଦଶ୍ୟ ରଖି ଏହି ଆପ୍କୁ କରାଯାଇଥିଲା, ତାହାର ଉଦେ୍ର୍ଦଶ୍ୟ ସଫଳ ହୋଇପାରୁନାହିଁ । ଥାନାର  ପୁଲିସ କର୍ମଚାରୀମାନେ ଅପରାଧୀଙ୍କ ସମ୍ପର୍କରେ କଛିବି ତଥ୍ୟ ଜାଣିପାରୁନାହାନ୍ତି । ଯାହାର ଉଦାହରଣ ନିକଟରେ ଏନ୍କାଉଣ୍ଟର ରଘୁ, ଚକରା ବାରିକ ଘଟଣାରୁ ସ୍ପଷ୍ଟ ହୋଇଛି । କାରଣ ରଘୁ ନାମରେ ଏକାଧିକ ମାମଲା ଥିଲେ ମଧ୍ୟ ତାହାକୁ କୁଣ୍ଡଳି ଆପ୍ରେ ମାରିଥିଲେ ମଧ୍ୟ ତଥ୍ୟ ଆସିନଥିଲା । ତେଣୁ ଏନେଇ ଜଣେ ପୁଲିସ କର୍ମଚାରୀଙ୍କୁ ପଚରାରିବାରୁ ସେ ଏହାର ସତ୍ୟାସତ କହିଥିଲେ । ଡିସିପି ଅଫିସ୍ରେ ଥିବା ଅଧିକାରୀମାନେ ଅପରାଧୀଙ୍କ ତଥ୍ୟ ଅପ୍ଲୋଡ୍ କରୁନଥିବା ଅଭିଯୋଗ କରିଛନ୍ତି । କେବଳ ରଘୁ ,ଚକରା ନୁହେଁ ରବି ରାଓ ଏବଂ ଗଣେଶ ପୃତ୍ତି ସମ୍ପର୍କରେ ତଥ୍ୟ ଖୋଜିଥିଲେ ମଧ୍ୟ କିଛିବି ମିଳୁନାହିଁ ।
   ସେହିପରି ଜବତ ହେଉଥିବା ସାମଗ୍ରୀ ଏବଂ ଏହାର ହିତାଧିକାରୀଙ୍କ ସମ୍ପର୍କରେ ସନ୍ଧାନ ଆପ୍ କରାଯାଇଥିଲା । ଚୋରିରୁ ଜବତ ହେଉଥିବା ସାମଗ୍ରୀ ଏବଂ ତାହାର ମାଲିକଙ୍କ ତଥ୍ୟ ଏଥିରେ ମିଳିଥାଏ । ଯାହାଫଳରେ ହିତାଧିକାରୀ ପୁଲିସ ନିକଟକୁ ଆସିବା ପରେ ଏହି ଆପ୍କୁ ସର୍ଚ୍ଚ କରିବା ପରେ ସବୁ ତଥ୍ୟ ମିଳିଥାଏ । ଯାହାଫଳରେ ହିତାଧିକାରୀ ନିଜର ଚୋରି କିମ୍ବା ହଜିଥିବା ସାମଗ୍ରୀ ଶୀଘ୍ର ପାଇଥାଏ । କିନ୍ତୁ ଏବେ ଆଉ ଏହି ଆପ୍ରେ ସମସ୍ତ ଜବତ ସାମଗ୍ରୀ ଅପ୍ଲୋଡ୍ କରାଯାଉନାହିଁ । ଏହି ଦୁଇ ଆପ୍ ଭଳି କମିଶନରେଟ୍ ପୁଲିସ ଅନେକ ଆପ୍ କରିଛି । ସେହିପରି ବରିଷ୍ଠ ନାଗରିକଙ୍କ ଆପ୍ ଏବଂ ଅନ୍ୟାନ ଆପ୍ କରାଯାଇଥିଲେ ମଧ୍ୟ ତାହା କାମ କରୁନି । ପୁଲିସ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉନଥିବା ବେଳେ କିଭଳି ଆଗକୁ ଡିପ୍ଫେକ୍ ଭିଡ଼ିଓ ବିରୋଧରେ ପଦେକ୍ଷପ ନେବ ତାହାକୁ ନେଇ ସନେ୍ଦହ ବଢିଛି ।