କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରଚାର

ବିରୋଧୀ ନେତା ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣ ଜାଣିଛନ୍ତି କୁମ୍ଭୀର କିଏ ! ଏ ଅଞ୍ଚଳରେ ଧଳା କଳା ସବୁ ପ୍ରକାର କୁମ୍ଭୀର ଅଛନ୍ତି
ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି, ବର୍ଷା, ବାତ୍ୟା, ବନ୍ୟା ବେଳେ ସେମାନେ କୋଉଠି ଥିଲେ ? ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍
ବିଜେପି ଲୋକସଭା ପ୍ରାର୍ଥୀ tourist visa ରେ ଆସିଛନ୍ତି.
ପାଞ୍ଚ ବର୍ଷରେ ଥରେ ଦେଖା ମିଳିବ.
ନିର୍ବାଚନ ପରେ ଆଉ ଆସିବେନି.
ବନ୍ୟା ବାତ୍ୟା ରେ ଖୋଜିଲେ ବି ମିଳିବେନି.
କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସୁଖ ରେ ଦୁଃଖ ରେ ସବୁବେଳେ ସାଥିରେ ଅଛନ୍ତି ଓ ରହିବେ.
• ରାଜନଗର ଅଞ୍ଚଳରୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଜଣଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି, ଆପଣମାନେ ତାଙ୍କୁ ଲକ୍ଷାଧିକ ଭୋଟରେ ଜିତାନ୍ତୁ, ମୁଖ୍ୟମନ୍ତ୍ରୀଙ୍କ, ଆପଣଙ୍କ ଅଞ୍ଚଳର ଓ ଆମ ସମସ୍ତଙ୍କର ସମ୍ମାନ ରଖନ୍ତୁ
• ରାଜନଗର ଅଞ୍ଚଳରେ ବିଭିନ୍ନ ରୂପାନ୍ତର କାମ – ମଠ, ମନ୍ଦିର, ମସଜିଦ, ରାସ୍ତାଘାଟ ସବୁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି
• ମୁଖ୍ୟମନ୍ତ୍ରୀ ଆପଣଙ୍କ ସୁଖଦୁଃଖରେ ଅଛନ୍ତି
• ବିଜେପି ଦଳ ବଡ ବଡ ନେତା ଆଣୁଛନ୍ତି, ବହୁତ ବଡ ବଡ କଥା ବି କହୁଛନ୍ତି, ମିଠା ମିଠା କଥା ବି କହୁଛନ୍ତି
• ୨୦୧୪ ବିଜେପି ଇସ୍ତାହାରରେ ସେମାନେ କହିଥିଲେ ଦରଦାମ କମାଇବେ, କମିଲା କି ? ପେଟ୍ରୋଲ, ଡିଜେଲ, ଏଲପିଜି ଦାମ୍ କମିଲା କି ?
• ସାରା ଓଡିଶା ଗୋଟିଏ ସ୍ୱରରେ କହୁଛି ଜୁନ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ BSKY କାର୍ଡରେ ସମସ୍ତେ ସାମିଲ ହେବେ, ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମା ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା
• ସବୁ ପ୍ରଶ୍ନର ଗୋଟିଏ ଉତ୍ତର – ନବୀନ ପଟ୍ଟନାୟକ
• ମିଶନ ଶକ୍ତି, BSKY ଲକ୍ଷ୍ମୀ, ମଧୁବାବୁ ପେନ୍ସନ, ନୂଆ ଓ ଆଦି ସବୁ ଯୋଜନା କିଏ କରିଛି ? ଉତ୍ତର ଆସିଲା ନବୀନ ଓ ନବୀନ