ପାଣ୍ଡିଆନଙ୍କୁ ଭେଟି କ୍ରୀଡ଼ା ରୂପାନ୍ତରଣର ପ୍ରଶଂସା  

ପାଣ୍ଡିଆନଙ୍କୁ ଭେଟି କ୍ରୀଡ଼ା ରୂପାନ୍ତରଣର ପ୍ରଶଂସା  

ଭୁବନେଶ୍ୱର : ଜାତିସଂଘର ଆବାସିକ ସଂଯୋଜକ ଶୋମ୍ବି ଶାର୍ପ ଆଜି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ଭେଟିଛନ୍ତି  । ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ରୂପାନ୍ତରଣକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି  । ଆଜି ଶ୍ରୀ ଶାର୍ପ କଳିଙ୍ଗ ଷ୍ଟାଡ଼ିୟମ, ଇନଡୋର ଆଥଲେଟିକ୍ସ ସେଣ୍ଟର, ସ୍ପୋର୍ଟସ ସାଇନ୍ସ ସେଣ୍ଟର, ଆକ୍ୱାଟିକ ସେଣ୍ଟର ବୁଲି ଦେଖିଥିଲେ  । ଆଥଲେଟିକମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ପ୍ରଶଂସା କରିବା ସହ କହିଥିଲେଯେ, ଏମିତି ମୁଁ କେବେ ଦେଖିନଥିଲି  । ଅଲମ୍ପିକ ଟ୍ରେନିଂ ସେଣ୍ଟର ଭଳି ସେ ଅନୁଭବ ପାଇଛନ୍ତି  । ରାଜ୍ୟର କ୍ରୀଡ଼ା ଭବିଷ୍ୟତ ଉଜ୍ଜ୍ୱଳ ହେବବୋଲି ଏଥିରୁ ପ୍ରତୀୟମାନ ହେଉଛି  ।