ଟାର୍ଗେଟରେ ବଡ ବଡ ବିଲ୍ଡିଂ : ଋଷ ଉପରେ ୟୁକ୍ରେନର ବଡ ଆକ୍ରମଣ

ଋଷ ଉପରେ ୟୁକ୍ରେନର ବଡ ଆକ୍ରମଣ । କଜାନରେ ୯-୧୧ ପରି ଆକ୍ରମଣ । ବିଲ୍ଡିଂରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍ । ଆକ୍ରମଣରେ ଥରି ଉଠିଲା ବହୁତଳ ବିଲ୍ଡିଂ । ୩ଟି ବହୁତଳ କୋଠାକୁ ୟୁକ୍ରେନ୍ ଟାର୍ଗେଟ୍ କରିଛି । ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ୍ ଆକ୍ରମଣ ନେଇ ସୂଚନା ଦେଇଛି ମସ୍କୋ ମିଡିଆ । 

ମିଳିଥିବା ସୂଚନା ଏବଂ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓ ଆଧାରରେ କେବଳ ଗୋଟିଏ ନୁହେଁ ୮ଟି ଡ୍ରୋନ୍ ମାଡ କରିଛି ୟୁକ୍ରେନ୍ । କାଜନରେ ଏହି ୮ଟି ଡ୍ରୋନ୍ ମାଡ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଡ୍ରୋନ୍ କିଭଳି ଭାବେ ଆସି ବିଶାଳ ବିଲ୍ଡିଂରେ ମାଡ ହେଉଛି ଏବଂ ବିସ୍ଫୋରଣ ଘଟୁଛି । ତେବେ ୮ଟି ଡ୍ରୋନରୁ ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ସୂଚନା ରହିଛି । ତେବେ ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି କିମ୍ୱା କେତେ ଲୋକ ଆହତ ହୋଇଛନ୍ତି ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି