ରାଜ୍ୟରେ ଖୋଲିବ ୫ ନୂଆ ମହିଳା ଏନ୍ସିସି ବାଟାଲିଅନ
ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନ୍ସିସି ବାଟାଲିଅନ୍ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକୀୟ ଭିତ୍ତଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରହିଥିବା ସମୟସୀମା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି ନିଦେ୍ର୍ଦଶକଙ୍କୁ ଚିଠି କରାଯାଇଛି । ରାଜ୍ୟରେ ବର୍ତ୍ତମାନ ଏନସିସି କ୍ୟାଡେଟ ସଂଖ୍ୟା ୬୩,୦୦୦ ରହିଥିବା ବେଳେ ଏହାକୁ ୯୦,୦୦୦କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ନୂଆ ମହିଳା ଏନସିସି ବାଟାଲିଅନ୍ର ସ୍ଥାପନ ମାଧ୍ୟମରେ ଏନସିସିରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ । ଏଥିସହ ସହିତ କ୍ୟାଡେଟ୍ମାନଙ୍କର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯିବ । ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ନେତୃତ୍ୱର ବିକାଶ ଏବଂ ଯୁବବର୍ଗଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯିବ ।