ସାପ କାମୁଡ଼ାରେ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ

ସାପ କାମୁଡ଼ାରେ  ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ

ନବରଙ୍ଗପୁର: ଉମରକୋଟ ବ୍ଲକ ରାଜପୁର ଗାଁରେ ଅବାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି । ଭଉଣୀକୁ 11 ବର୍ଷ ହୋଇଥିବା ବେଳେ ଭାଇ ହେଉଛି ମାତ୍ର 9 ମାସର । ସୂଚନା ଅନୁସାରେ, ଘଟଣା ସମୟରେ ସେମାନେ ଘରେ ସୋଇଥିଲେ । ଏବଂ ସେତିବେଳେ ଏକ ବିଷାକ୍ତ ସାପ ଆସି କାମୁଡ଼ିଦେଇଥିଲା । ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।