ହାଇପାରୁନି ପାନୀୟଜଳ ସମସ୍ୟାର ସମାଧାନ
ଗୋପ : ଗ୍ରୀଷ୍ମ ପ୍ରଭାହକୁ ଦୁଷ୍ଟିରେ ରଖି ରାଜ୍ୟ ସରକାରୀ କିଛି ଦିନ ହେବ ସକାଳିଆ କାର୍ଯ୍ୟାଳୟ କରିବାକୁ ନିର୍ଦେଶ ଦେଇଛନ୍ତି । ଯାହାଫଳରେ କି କୌଣସି ଅଘଟଣ ନ ଘଟିବ । କିନ୍ତୁ ଗୋପ ବ୍ଲକ ଅଧିନସ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର ଅଧିକାରୀଙ୍କ ଇଛାମୁତାବକ କାର୍ଯ୍ୟାଳୟ ପରି·ଳିତ ହେଉଛି । ଏଠାରେ ସରକାରୀଙ୍କ ନିୟମକୁ ଖାତିର କରୁନାହାନ୍ତି ମୁଖ୍ୟ ଅଧିକାରୀ/ ଅଧିକାରିଣୀ ମାନେ । ଯଦି କୌଣସି କାରଣ ବଶତଃ କୌଣସି ବ୍ୟକ୍ତି ବ୍ଲକ କାର୍ଯ୍ୟାଳୟକୁ ଆସୁଛନ୍ତି ଏଠାରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦେଖା ଦର୍ଶନ ମିଳୁନାହିଁ । ଯାହାଫଳରେ ସମସ୍ୟାର ସମାଧାନ ପରିବର୍ତ୍ତେ ଜଟିଳ ହେଉଛି । ବର୍ତମାନ ସବୁଠୁ ବଡ଼ ସମସ୍ୟା ହେଉଛି ପାନୀୟଜଳର ସମସ୍ୟା । ଏ ସମ୍ପର୍କରେ ଅଭିଯୋଗ କରିବାକୁ ଆସୁଥିବା ଅଭିଯୋଗକାରୀ ମାନେ ଦୈନିକ ନିରାଶ ହୋଇଫେରୁଛନ୍ତି ପଛେ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ତଳ କର୍ମ·ରୀ ମାନେ ମୁଖ୍ୟ ଅଧିକାରିଣୀଙ୍କ ପରାମର୍ଶ କ୍ରମେ ମିଥ୍ୟା ପ୍ରତିଶୃତି ଦେଇ ବିଦାୟ କରୁଥିବାର ନଜିର ଅଛି । ଗତ ଏକ ସପ୍ତାହ ହେ ଅଣ୍ଡରା - ଇଚ୍ଛାପୁର ପଞ୍ଚାୟତର ତରଡ଼ାପଡା ଗ୍ରାମର ୭ ନମ୍ବର ୱାର୍ଡରେ ପାନୀୟଜଳର ଘୋର ସମସ୍ୟା ଦେଖାଦେଇଥିବାରୁ ବାରମ୍ବାର ଅଭିଯୋଗ କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି । ଗତ ୨୪ ତାରିଖରେ ସୂଚନା ଅଧିକାରୀ କର୍ମୀ ସନ୍ତୋଷ ନାୟକଙ୍କ ନେତୃତ୍ୱରେ ତରଡ଼ାପଡା ଗ୍ରାମର କିଛି ମହିଳା ମାନେ ଗରା ବାଲ୍ଟି ଆଦି ଆସବାପତ୍ର ସାଙ୍ଗରେ ଆଣି ଗୋପ ବ୍ଲକ କାର୍ଯ୍ୟାଳୟ ସମ୍ମୁଖୀନରେ ପାଣି ସମସ୍ୟାର ସମାଧାନ ପାଇଁ ଧାରଣ ରେ ବସିଥିଲେ । ଠିକ ଏହି ସମୟରେ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୈନିକ କର୍ମ·ରୀ ବିଡ଼ିଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଆଉ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବିଡିଓ ଛବିରାଣୀ ସାହୁ ଧାରଣାରେ ବସିଥିବା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସେଠାରୁ ତାଙ୍କୁ ଉଠାଇ ଦେଲେ । ଅଥଚ ପାନୀୟ ଜଳର ସମାଧାନ ହେବା ପରିବର୍ତ୍ତେ ଏବେ ଜଟିଳ ହେବାକୁ ଗଲାଣି । ଯଦିଓ ଇଚ୍ଛାପୁର ଠାରେ ବସୁଧା ଜଳ ଯୋଜନାରେ ଏକ ଓଭର ହେର୍ଡ ଟାଙ୍କୀ ନିର୍ମାଣ ହୋଇଛି କିନ୍ତୁ ଦାୟିତ୍ୱରେ ଥିବା କର୍ମ·ରୀ ଜଣକ ପାଣି ଟାଙ୍କୀ ରେ ବ୍ୟବହୃତ ମଟର ଚଳାଉନାହାନ୍ତି । ସରକାରୀ ନିୟମ ଅନୁଯାୟୀ ଯେଉଁ ପଞ୍ଚାୟତରେ ବସୁଧା ଜଳ ଯୋଜନାରେ ପାଣି ପହଞ୍ଚୁନି ସେଠାରେ ପଞ୍ଚାୟତ ସରପଞ୍ଚ ଙ୍କ ସହାୟତାରେ ପାଣି ଦେବାକଥା । କିନ୍ତୁ ତାହା ବି ହେଉନାହିଁ । ଏଣୁ ଯଥାଶୀଘ୍ର ଯେଉଁ ସବୁ ଅଞ୍ଚଳରେ ପାନୀୟଜଳର ସମସ୍ୟା ରହିଛି ତାର ସମାଧାନ କରାଯାଉ ନଚେତ ଆଗକୁ ବଡ଼ ଧାରଣ ଆନେ୍ଦାଳନକୁ ଏଡାଇ ଦେଇ ହେବ ନାହିଁ ।