୮୪୪୬୨୦ କ୍ୱିଣ୍ଟାଲ ଧାନ କ୍ରୟ

 ପୁରୀ:  ପୁରୀ ଜିଲ୍ଳାର ସମସ୍ତ ୧୧ଗୋଟି ବ୍ଲକରେ ଧାନ ସଂଗ୍ରହକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଳାର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହକୁ ଶୃଙ୍ଖଳିତ ପରିଚାଳନା ପାଇଁ ତଦାରଖ କରୁଛନ୍ତି । ଯୋଗାଣ ଅଧିକାରୀ, ସମବାୟ ସମିତିର କର୍ମକର୍ତ୍ତା ଓ ଆରଏମ୍ସି ପକ୍ଷରୁ କୃଷକମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଳାର କୃଷକମାନେ ଧାନ ବିକ୍ରିରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସଜାଗ ରହି ପଦକ୍ଷେପ ନେବାକୁ ଜିଲ୍ଳାପାଳ ଶ୍ରୀ ସ୍ୱାଇଁ ଯୋଗାଣ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ଚଳିତ ଖରିଫ ରୁତୁରେ ପଞ୍ଜିକୃତ ୪୮୯୬୪ କୃଷକଙ୍କ ଠାରୁ ୧୧୬୮୬୦୨ କ୍ୱିଣ୍ଟାଲ ୯୪କିଗ୍ରା ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଚଳିତ ମାସ ୧୧ ତାରିଖ ସୁଦ୍ଧା ଖୋଲାଯାଇଥିବା ସମସ୍ତ ୧୮୭ଟି ମଣ୍ଡିରେ ୨୦୩୩୩ କୃଷକଙ୍କ ଠାରୁ ୮୪୪୬୨୦ କ୍ୱିଣ୍ଟାଲ ୪୮କିଗ୍ରା ଧାନ ସଂଗ୍ରହ ହୋଇଛି । ୧୮୭୦୦୦ ଜଣ କୃଷକଙ୍କୁ ୧୮୦୩୧୪୯୦୦୯ ଟଙ୍କା ବ୍ୟାଙ୍କ ତରଫରୁ ପ୍ରେରଣ କରାଯାଇଥିବା ବେଳେ ୧୬୮୦୪ଜଣ କୃଷକ ୧୬୩୧୦୫୬୦୪ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଛନ୍ତି । ପର୍ଯ୍ୟାୟ କ୍ରମେ ପ୍ରତ୍ୟେକ କୃଷକମାନେ ସେମାନଙ୍କ ପ୍ରାପ୍ୟ ପାଇବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସୂଚନା ଦେଇଛନ୍ତି  ।