ମହାପ୍ରଭୁଙ୍କ ଦର୍ଶନ କଲେ ଅଘୋରୀ ମାତା ଚଞ୍ଚଳନାଥ
ପୁରୀ : ପୁରୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଅଘୋରୀ ମାତା ଚଞ୍ଚଳନାଥ । ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ୟୁଟ୍ୟବ, ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମରୁ ଜାଣନ୍ତି । ଗତ ପ୍ରୟାଗରାଜ ମେଳାରେ ସେ ଲୋକଲୋଚନକୁ ଆସିଥିଲେ । ଏବେ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଶ୍ରୀମନ୍ଦିରର ପାଶ୍ୱର୍ ଦେବଦେବୀଙ୍କୁ ଦର୍ଶନ କରି ଫେରିବା ପରେ ଶ୍ରୀମନ୍ଦିର ବାହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପାଟ ତାଙ୍କୁ ପ୍ରଦାନ କରାଯାଇଥିଲା । କେତେକ ଭକ୍ତଙ୍କୁ ମନ୍ଦିରରୁ ଫେରିବା ବେଳେ ସେ ଆଶୀର୍ବାଦ କରିଥିଲେ ।