ଗାଁ ଭିତରେ ବର୍ଷା ପାଣି :ଗ୍ରାମବାସୀଙ୍କ ରାସ୍ତାରୋକ

 କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳର ୧୩ନଂ ୱାର୍ଡ ରଣପଡା ଗ୍ରାମରେ ବର୍ଷାପାଣି ପଶି ଯାଇଥିବାରୁ ଗ୍ରାମବାସୀ ରାସ୍ତାରୋକ୍ କରି ପ୍ରତିବାଦ ଜଣାଇଛନ୍ତି । ୪ଦିନ ହେଲା ଲଗାଣ ବର୍ଷା ଫଳରେ ପୈାରାଞ୍ଚଳର ତଳିଆ ଅଞ୍ଚଳ ରଣପଡା ପୋଲ ନିକଟବର୍ତୀ ଗ୍ରାମ ଗୁଡିକରେ ଆଣଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବେଶ କରିବା ସହ ଘର ଭିତରେ ପାଣି ପଶି ଯିବାରୁ ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଳ ନିଷ୍କାସନ ପଥ ଅବରୁଦ୍ଧ ହୋଇଥିବାରୁ ଉଦ୍ବୃତ ବର୍ଷାଜଳ ଗୋବରୀ ନଦୀକୁ ନିଷ୍କାସିତ ହୋଇ ନପାରି ଏହିଗାଁ ଗୁଡିକରେ ଜନ ସାଧାରଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି । ଅବସ୍ଥା ଏପରି ହୋଇଛି ଯେ, ଲୋକେ ଘର ଭିତରେ ଏବଂ ଘର ବାହାରେ ଆଣ୍ଠୁଏ ପାଣିରେ ଚଳପ୍ରଚଳ ହେଉଛନ୍ତି । ଏନେଇ ଗ୍ରାମବାସୀ ପୌର କାର୍ଯ୍ୟାଳୟ ରେ, ଜିଲ୍ଲା କାର୍ଯ୍ୟାଳୟ ରେ ଅଭିଯୋଗ କରଥିଲେ ମଧ୍ୟ କୈାଣସି ପ୍ରତିକାର ନହେବାରୁ ଗରାପୁର ରାସ୍ତାକୁ ରଣପଡା ପୋଲ ନିକଟରେ ଶତାଧିକ ମହିଳା ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ଖବରପାଇ ଟାଉନ ଥାନା ଅଧିକାରୀ ଦିଲିପ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଅନେ୍ଦାଳନରତ ମହିଳାଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା ।