ଓଜନ କମାଇବା ପାଇଁ ଗ୍ରୀନ୍‌ ଟି’ ନା ବ୍ଲାକ୍‌ ଟି’

ଓଜନ କମାଇବା ପାଇଁ ଗ୍ରୀନ୍‌ ଟି’ ନା ବ୍ଲାକ୍‌ ଟି’

ପ୍ରାୟ ସ୍ୱାସ୍ଥ୍ୟ ସଚେତନ ଲୋକ ଗ୍ରୀନ୍‌ ଟି’ ବା ବ୍ଲାକ୍‌ ଟି’ ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହି ଦୁଇ ଚା’ ମଧ୍ୟରୁ କେଉଁଟି ବେଶି ଲାଭଦାୟକ?
ସ୍ୱାସ୍ଥ୍ୟ ସଚେତନ ଲୋକମାନେ ଦୁଗ୍ଧ ଚା’ ପିଇବାକୁ ପସନ୍ଦ କରି ନଥାନ୍ତି । ତେଣୁ ସେମାନେ ଗ୍ରୀନ୍‌ ଟି’ ବା ବ୍ଲାକ୍‌ ଟି’ ପିଇଥାନ୍ତି । ଚାଲନ୍ତୁ ଜାଣିବା ଉଭୟ ଚା’ ବିଷୟରେ ଅଧିକ କିଛି ବିଶେଷଜ୍ଞଙ୍କଠାରୁ...
ବ୍ଲାକ୍‌ ଟି -ଏହା ଓଜନ କମାଇବା ପାଇଁ ବେଶ୍‌ ପରିଚିତ । ଏଥିରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀର ଅକ୍ସିଟେସନ୍‌କୁ ରୋକିଥାଏ । ଏଥିରେ ଥିବା ପଲିଫେନାଲ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ମେଟାବଲିଜିମକୁ ବଢାଇଥାଏ  । ମେଟାବଲିଜିମ୍‌ ବଢିବା ଦ୍ୱାରା ଚର୍ବି କମିବା ସହ ଅତିରିକ୍ତ କ୍ୟାଲୋରୀକୁ କମ୍‌ କରିବାରେ ସହଯୋଗ କରିଥାଏ । ବିଶେଷଜ୍ଞଙ୍କ କହିବା କଥା ବ୍ଳକ୍‌ ଟି’ ଓଜନକୁ ନିୟନ୍ତ୍ରିତ କରିଥାଏ । କିନ୍ତୁ ଏଥରେ କାଫିନ୍‌ ମାତ୍ରା ଅଧିକ ରହିଥିବାରୁ ଅଧିକ ଚା’ ପିଇବା ଦ୍ୱାରା ସମସ୍ୟା ବଢିପାରେ । ତେଣୁ ସୀମିତ ମାତ୍ରାର ବ୍ଲାକ୍‌ ଟି’ ପିଇବା ଉଚିତ୍‌  ।
ଗ୍ରୀନ୍‌ ଟି- ଏହା ମଧ୍ୟ ଓଜନ କମାଇଥାଏ । ଏଥିରେ କ୍ୟାଟେଚିନ୍‌ ରହିଥାଏ, ଯାହା ଓଜନକୁ କମାଇଥାଏ । କୁହାଯାଏ କ୍ୟାଟେଚିନ୍‌ ଶରୀର ଭିତରେ ଥିବା ଅତିରିକ୍ତ ଚର୍ବିକୁ ସଫଳତାପୂର୍ବକ ନଷ୍ଟ କରିଥାଏ  । ଏଥିରେ ଭିଟାମିନ୍‌ ବି, ଫେଲେଟ୍‌, ମ୍ୟାଗ୍ନେସିୟମ ଓ ଫ୍ଲେବୋନୋଇଡସ୍‌ ରହିଥାଏ, ଯାହା କୋଲେଷ୍ଟରଲ୍‌କୁ ନିୟନ୍ତ୍ରିତ କରି ହାର୍ଟ ସମସ୍ୟାକୁ କମ୍‌ କରିଥାଏ ।
ଓଜନ କମାଇବାରେ ଉଭୟ ଚା’ ଲାଭଦାୟକ । ବିଶେଷଙ୍କ ମତରେ ଓଜନ କମାଇବା ପାଇଁ ଦୁଗ୍ଧ ଚା’ ପରିବର୍ତ୍ତେ ଉପରୋକ୍ତ ଦୁଇ ଚା’ ବେଶ୍‌ ଲାଭଦାୟକ । କିନ୍ତୁ ଉଭୟ ଚା’କୁ ସୀମିତ ମାତ୍ରାରେ ପିଇବା ଉଚିତ୍‌ ।