ସ୍କୁଲର ମହିଳା ଷ୍ଟାଫ ନିଖୋଜ ଅଭିଯୋଗ


ାା ପ୍ରଭାନୁ୍ୟଜ୍ ।ା ଚିଲିକା: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମଶାଣି ସାହି ରେ ଥିବା ପ୍ରାଇଭେଟ ଏ ଜି ମିଶନ ସ୍କୁଲର ଜଣେ ମହିଳା ଷ୍ଟାଫ ଶିବାପ୍ରିୟା ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ସେ ପ୍ରାୟ ୫ବର୍ଷ ଧରି ସ୍କୁଲରେ କାର୍ଯ୍ୟକରି ଆସୁଥିଲେ । କିଛିଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଚାନ୍ଦପୁର ମଶାଣି ସାହିରେ ସ୍ୱାମୀ ଓ ଝିଅକୁ ନେଇ ଭଡା ଘରେ ରହୁଥିଲେ । ଗତ ଶୁକ୍ରବାର ରାତିରେ ସମସ୍ତେ ଶୋଇଥିବା ବେଳେ  ଶିବାପ୍ରିୟା ସ୍ୱାମୀ -ଜୟ ଫିଲିପ, ଓ ଛୋଟ ଝିଅକୁ ଘରେ ଛାଡି ରାତିରେ କେଉଁଆଡେ ଚାଲିଯାଇଛନ୍ତି । ନିଖୋଜ ଥିବା ମହିଳା ଓ ତାଙ୍କ ସ୍ୱାମୀ କେରଳ ରାଜ୍ୟର ଥିରୁଅନନ୍ତପୁରମ ଜିଲ୍ଲାର । ସେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଏକ ପ୍ରାଇଭେଟ ସ୍କୁଲରେ ସ୍ୱାମୀ ସିକୁରିଟି ଗାର୍ଡ ଚାକିରୀ କରୁଥିବା ବେଳେ ତାଙ୍କ ଧର୍ମ ପନôୀ ସେହି ସ୍କୁଲରେ ଅଫିସ ଷ୍ଟାଫ ଭାବେ କାର୍ଯ୍ୟରତ ଥିଲେ । ବହୁତ ଖୋଜା ଖୋଜି କରିବା ପରେ ବି ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ, ଏନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି  ।