ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଉତ୍ସବ

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା: ଓଡିଆ ସଂଗୀତ ଜଗତର ବେପରୁୱା ତଥା ବେତାଜ୍ ବାଦ୍ଶାହା, କିମ୍ବଦନ୍ତୀ ସଂଗୀତଜ୍ଞ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ୮୮ତମ ପୁଣ୍ୟ ଜୟନ୍ତୀ ମହୋତ୍ସବ ତାଙ୍କର ଅତିପ୍ରିୟ ଅନୁଷ୍ଠାନ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସଂଗୀତଜ୍ଞ ତଥା ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  କାର୍ଯ୍ୟକ୍ରମରେ ବିଶିଷ୍ଟ ତବଲାଗୁରୁ ସମୀର ରଂଜନ ଦାସ ମୁଖ୍ୟ ଅତିଥି, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ମୁଖ୍ୟବକ୍ତା, ସତୀର୍ଥ ସଭାପତି କବି ଅମର ପ୍ରସାଦ ରାଉତ, ପଣ୍ଡିତ ପଦ୍ମନାଭ ଦାଶ ଏବଂ କବି ଡା. ରତ୍ନାକର ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅକ୍ଷୟଙ୍କ କାଳଜୟୀ ସୃଷ୍ଟି ସମ୍ଭାର ଉପରେ ଆଲୋଚନା କରିଥିଲେ । କଣ୍ଠଶିଳ୍ପୀ ତଥା ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଅକ୍ଷୟଙ୍କୁ ଏକାଧାରରେ ଜଣେ ଶ୍ରେଷ୍ଠ ଗାୟକ, ନାୟକ, ଗୀତିକାର, ନିଦେ୍ର୍ଦଶକ, ଚଳଚ୍ଚିତ୍ର ନିଦେ୍ର୍ଦଶକ, ଅଭିନେତା, ପ୍ରଯୋଜକ, ଯନ୍ତ୍ର ସଂଗୀତ ପରିଚାଳକ, ଗାଳ୍ପିକ, କବି, କଥାକାର, ଓ୍ୟ÷ପନ୍ୟାସିକ, ସର୍ବୋପରି ଜଣେ ସରଳ ମିଷ୍ଠଭାଷୀ ତଥା ସଫଳ ବ୍ୟକ୍ତି ଭାବରେ ବର୍ଣନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଚାନେ୍ଦାଳ ନିକଟସ୍ଥ ବାଙ୍କିମୁଣ୍ଡାଇ ଗ୍ରାମରେ ମା କନ୍ତ୍ରେଇଙ୍କ ପୁଣ୍ୟ ପୀଠରେ ଅକ୍ଷୟ ମହାନ୍ତି ୧୯୩୬ ମସିହା ଅକ୍ଟୋବର ମାସ ୧୨ତାରିଖରେ ପିତା ବିଚିତ୍ରାନନ୍ଦ ଏବଂ ମାତା ସୁବର୍ଣା ମରୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ । ଉପସ୍ଥିତ ଅକ୍ଷୟ ପ୍ରେମୀମାନଙ୍କ ଗହଣରେ କଣ୍ଠଶିଳ୍ପୀ ବିମଳ ପରିଡା, ଉପେନ୍ଦ୍ର ପାଢୀ, ନିରୁପମା ଜେନା, ଅଜୟ ମହାନ୍ତି, ପ୍ରଶାନ୍ତ ସାମଲ୍, ରୂପାଲି ସୂତାର ଏବଂ ଅର୍ଚ୍ଚନା ପରିଡା କିଛି ସମୟଧରି ଅକ୍ଷୟ ସଂଗୀତ ଗାଇ ସମଗ୍ର ପରିବେଶକୁ ଅକ୍ଷୟ ସଂଗୀତମୟ କରି ଦେଇଥିଲେ ।