ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ପଟ୍ଟାମୁଣ୍ଡାଇ : ପଟାମୁଣ୍ଡାଇ ଅଞ୍ଚଳର ଜଣାଶୁଣା ଦିବଙ୍ଗତା ଡ.ସୁଚାରୁହାସିନୀ ପାତ୍ରଙ୍କର ବିୟୋଗରେ ପଟାମୁଣ୍ଡାଇ ବରିଷ୍ଠ ନାଗରିକମ ପକ୍ଷରୁ ଆଜିଏକ ଶ୍ରଦ୍ଧାଞଳିସଭା ଅନୁଷ୍ଠିତହୋଇ ଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣସଭାରେ ପଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ.କେଳୁଚରଣ ସ୍ୱାଇଁ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରଫେସର ଭରତଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତ ିକଣ୍ଡୁରିଚରଣସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ପ୍ରଫେସର ପରୀକ୍ଷିତ ପାତ୍ର, ନାଟ୍ୟକାର ପ୍ରଫେସର ଗୋଲେଖଚନ୍ଦ୍ର ମହାରଣା, ପ୍ରଫେସର ଡ.ନରହରି ଲେଙ୍କା, ପ୍ରାବନ୍ଧିକ ପ୍ରଦୀପ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଡାକ୍ତର ପ୍ରାତ୍ରଙ୍କର ଅବଦାନ, ନିସ୍ୱାର୍ଥପର ସ୍ୱାସ୍ଥ୍ୟସେବା, ବିଷୟରେ ଆଲୋକପାତ କରିଥିଲେ । ଯଦିଓ ସେ ରାଜନୀତି କରୁନଥିଲେ କିନ୍ତୁ ସ୍ୱାମୀ ବାସୁଦେବ ପାତ୍ରଙ୍କର ରାଜନୈତିକ ପୃଷ୍ଠଭୂମିରେ ସେ ଥିଲେ ପଥପ୍ରଦର୍ଶକ । ସଭାର ପ୍ରାରମ୍ଭରେ ଦିବଗଂତା ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବକ୍ତାମାନେ ଦିବଗଂତା ଆତ୍ମାର ସ୍ମୃତିଚାରଣ କରିବା ସହିତ ତାଙ୍କର ସର୍ମପିତ ସମାଜସେବା ଜନମାନସରେ ଅଭୁଲା ହୋଇ ରହିବ ବୋଲି କହିଥିଲେ । ଇଂ ତପନ କୁମାର ପାତ୍ର, ପ୍ରାକ୍ତନ ବ୍ଲକଶିକ୍ଷା ଅଧିକାରୀ ବିଜୟ କୁମାର ରାଉତ, ପ୍ରଦୀପ କୁମାର ରଥ, ଶିକ୍ଷାବିତ ପ୍ରମୋଦ କୁମାର ନାୟକ, ତୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।