ଜନ ଆରୋଗ୍ୟ ସମିତି ବୈଠକ

ାା ପ୍ରଭାନୁ୍ୟଜ ।ା ରସୁଲପୁର: ଏହି ବ୍ଲକ ଭୋଟକା ପଞ୍ଚାୟତରେ ଜନ ଅରୋଗ୍ୟ ସମିତି ବୈଠକ ସରପଞ୍ଚ ସ୍ମୃତିରେଖା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥି ଭାବରେ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ବସନ୍ତ ପଣ୍ଡା ଯୋଗଦେଇ ଡେଙ୍ଗୁ ରୋଗ ନିରାକରଣ ଉପରେ ମନ୍ତବ୍ୟ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଏଏନଏମ ସାବିତ୍ରୀ ସେଠୀ, ନାଏବ ସରପଞ୍ଚ କେଦାର ଦେଓ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୱାର୍ଡସଭ୍ୟାସଭ୍ୟ, ଏମବିକେ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟଦୂତ, ପଞ୍ଚାୟତସ୍ତରୀୟ ଫେଡରେସନର ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଯୋଗଦେଇ ବିଭିନ୍ନ ଗାଁର ସ୍ୱାସ୍ଥ୍ୟ ସମ୍ପର୍କିତ ସ୍ଥିତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଦିନରେ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ତ୍ୱ ଦିଆଯାଇଥିଲା । ଗାଁ କଲ୍ୟାଣ ସମିତି ପକ୍ଷରୁ ଗାଁ ସଫେଇ ଉପରେ ଗୁରୁତ୍ୱ ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା । ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।