ପାର୍ବଣରେ ବୈଦୁ୍ୟତିକ ସତର୍କତା ଅବଲମ୍ବନ ପାଇଁ ଟିପିଏନଓଡିଏଲର ପରାମର୍ଶ

ାା ପ୍ରଭାନୁ୍ୟଜ ।ା ଯାଜପୁର : ସର୍ବଦା ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ ପାର୍ବଣଋତୁ ଅବସରରେ ବିଦ୍ୟୁତ ସମ୍ପର୍କିତ ସତର୍କତାକୁ ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି । ପବିତ୍ର ଦୁର୍ଗା ପୂଜା ଓ କାଳୀ ପୂଜା ଅବସରରେ ନିର୍ମାଣ କରାଯାଉଥିବା ମଣ୍ଡପ ତଥା ଅସ୍ଥାୟୀ ଟେଣ୍ଡ ଗୁଡ଼ିକୁ ବିଦୁ୍ୟତ ଖୁଣ୍ଟ, ତାର ଅବା ଟ୍ରାନ୍ସଫର୍ମର ଗୁଡିକଠାରୁ ସୁରକ୍ଷିତ ଦୂରତାରେ ନିର୍ମାଣ ଏବଂ ଉପରେ ଝୁଲୁଥିବା ବିଦୁ୍ୟତ ତାର ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅବଗତ କରାଯାଇଛି । ସାଜସଜ୍ଜା ସମୟରେ କୌଣସି ବିଦୁ୍ୟତ ତାର ଅବା ଉପକରଣ ଗୁଡ଼ିକଠାରୁ ଦୂରତା ପ୍ରତି ଧ୍ୟାନ ଦେବା ତଥା ପୂଜା ପେଣ୍ଡାଲରେ ବିଦୁ୍ୟତ ସଂଯୋଗ କରିବା ପାଇଁ ନିକଟସ୍ଥ ବିଦୁ୍ୟତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅବଗତ କରିବାକୁ ଟିପିଏନଓଡିଏଲ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି ଭସାଣ ଓ କାଳୀ ପୂଜା ଅବସରରେ ବାଣ ଫୁଟାଇବା ସମୟରେ ବିଦୁ୍ୟତ ଖୁଣ୍ଟ ଅବା ତାରଗୁଡିକ ଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ ଏବଂ ବିଦୁ୍ୟତ ଟ୍ରାନ୍ସଫର୍ମରଗୁଡିକ ନିକଟରେ ଆଦୌ ବାଣ ନ ଫୁଟାଇବାକୁ କୁହାଯାଇଛି । ଘର ସାଜସଜ୍ଜାରେ ଛିଣ୍ଡା କିମ୍ବା ପୁରୁଣା ତାରକୁ ବ୍ୟବହାର ନ କରିବାକୁ ଦର୍ଶାଯାଇଥିବା ବେଳେ ପାର୍ବଣ ଋତୁରେ ପର୍ବଗୁଡ଼ିକୁ ହର୍ଷଉଲ୍ଲାସର ସହ ପାଳନ ସହିତ ସତର୍କତା ପ୍ରତି ସର୍ବଦା ଯନôବାନ ହେବାକୁ ଟିପିଏନଓଡିଏଲ ପକ୍ଷରୁ ସମସ୍ତ ବିଦୁ୍ୟତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ।