ଯୋଗ ପ୍ରଶିକ୍ଷଣ ଶିବିର

ଜୟପୁର : ଜୟପୁର ଯୋଗ ମହୋତ୍ସବ ସମିତି ଆନୁକୂଲ୍ୟରେ ପ୍ରାନ୍ତୀୟ ଯୋଗ ପ୍ରଶିିକ୍ଷକ ପ୍ରଶିକ୍ଷଣ ଶିବିର ଅରବିନ୍ଦ ନଗର ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ପ୍ରାନ୍ତର ଛଅ ଗୋଟି ଜିଲ୍ଲାରୁ ସଂଯୋଜକ ଏବଂ ପଚାଶରୁ ଊଦ୍ଧ୍ୱର୍ ଯୋଗ ଦେଇ ପ୍ରଶିକ୍ଷକ ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ପ୍ରତିନିଧିଙ୍କୁ ଭାରତୀୟ ଯୋଗ ଦର୍ଶନର ଅମୂଲ୍ୟ ଐତିହ୍ୟ ବିଷୟରେ ଅବଗତ କରିବା ସହ ଯୋଗର ବହୁଳ ପ୍ରଚାର ପ୍ରସାର କରିବା ଏବଂ ପୁରପଲ୍ଲୀରେ ଯୋଗ ସହ ଅନୁଶାସନ ଶିକ୍ଷା ଦେବା ସହ ସୁସ୍ଥ ରଖିବା ଏବଂ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆକର୍ଷଣ କରାଇବା ସମେତ ଯୋଗ ମହୋତ୍ସବ ସମିତିକୁ ମଜବୁତ କରାଇବା ପାଇଁ ପ୍ରତିନିଧିମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଯୋଗ ସମିତିର ପ୍ରାନ୍ତୀୟ ଅଧିକାରୀ ଡ଼. ଦେବକାନ୍ତ ବେହେରା, ପ୍ରଶିକ୍ଷଣ ସରୋଜକାନ୍ତ ମହାପାତ୍ର, ସଂଯୋଜକ ଅମିୟ ଦାସ, ଜିଲ୍ଲା ସଂଯୋଜକ ସୁରେଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଭାବେ ଡ. ମନୋରଞ୍ଜନ ପ୍ରଧାନ ଏବଂ ଜାନକୀ ପାଣିଗ୍ରାହୀ ଯୋଗ ଦେଇ ପ୍ରତିନିଧିମାନଙ୍କୁ ଯୋଗ ସମ୍ବନ୍ଧରେ ଆଶ୍ରୀବଚନ ଦେଇଥିଲେ ।